fbpx

[Video]୩୦୦ ବର୍ଷର ନିମ୍ବଗଛରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ; ଦେଖିବାକୁ ଧାଉଁଛନ୍ତି ହଜାର ହଜାର ଲୋକ

ଭଦ୍ରକ(ଓଡ଼ିଶା ଭାସ୍କର): ୩୦୦ ବର୍ଷର ପୁରୁଣା ନିମ୍ବଗଛରେ ରହିଛି ଶଙ୍ଖ, ଚକ୍ର, ଗଦା ଓ ପଦ୍ମର ଚିହ୍ନ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନିଗୁଣ୍ଡି ପଞ୍ଚାୟତ ମହୁରା ଗାଁରୁ ସାମ୍ନାକୁ ଆସିଛି । ମହୁରା ଗାଁର ନରହରି ମିଶ୍ରଙ୍କ ବାଡ଼ିରେ ରହିଥିବା ଏହି ପୁରୁଣା ନିମ୍ବଗଛ । ପରିବାର ଲୋକେ ପ୍ରତ୍ୟେକ ଦିନ ଏହି ଗଛକୁ ପୂଜା କରି ଆସୁଛନ୍ତି । କିନ୍ତୁ ଏବେ ଗଛରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଗଛରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଆକୃତିର ଚିହ୍ନ ଦେଖାଯାଉଥିବା ଲୋକେ କହିଛନ୍ତି ।

ଏହି ଘଟଣା ପ୍ରସାରିତ ହେବା ପରେ ଲୋକେ ଗଛମୂଳରେ ପୂଜାଚ୍ଚର୍ନା ଆରମ୍ଭ କରିଛନ୍ତି । ଏହି ଦୃଶ୍ୟ ଦେଖିବାକୁ ହଜାର ହଜାର ଲୋକେ ସେଠାରେ ଜମା ହେଉଛନ୍ତି । ଲୋକଙ୍କ କହିବା ମୁତାବକ, ଗଛରେ ଏହିସବୁ ଚିହ୍ନ ଛୋଟ ହୋଇଥିଲା । ଗତ ୫ ବର୍ଷ ଭିତରେ ଏହି ଚିହ୍ନଗୁଡିକ ବଡ଼ ବଡ଼ ହୋଇଛି । ଚିହ୍ନଗୁଡିକ ଠିକ୍ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ପରି ଦେଖାଯାଉଛି । ଗଛକୁ ପୂଜା କରିବା ଦିନରୁ ଯାହା ବି ମାନସିକ କଲେ ପୂରଣ ହେଉଛି । ଏହି ଗଛ ଦିନେ ଭଗବାନଙ୍କ ଦାରୁ ହେବ ବୋଲି ଲୋକେ ବିଶ୍ୱାସ କରୁଛନ୍ତି ।

Get real time updates directly on you device, subscribe now.