fbpx

ସେୟାର ବଜାରରେ ନୂଆ ରେକର୍ଡ

ନୂଆଦିଲ୍ଲୀ, ୮ା୧୨: ମଙ୍ଗଳବାର ସେୟାର ବଜାରର ଏକ ନୂଆ ରେକର୍ଡ ସ୍ଥାପିତ ହୋଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)ର ସେନସେକ୍ସ ସକାଳେ ୧୪୨ ଅଙ୍କ ସହ ୪୫,୫୬୮ରେ ଖୋଲିଥିଲା । ତେବେ ବାଣିଜ୍ୟ କରିବା ସମୟରେ ଏହା ୪୫,୭୪୨.୨୩ର ଉଚ୍ଚତା ବିଶିଷ୍ଟ ଏକ ସର୍ବକାଳୀନ ରେକର୍ଡ ସ୍ଥାପନ କରିଛି । ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ)ର ନିଫ୍ଟି ୧୩,୩୯୩ରୁ ଖୋଲି ୧୩,୪୩୫.୪୫ ଉଚ୍ଚତା ବିଶିଷ୍ଟ ଏକ ରେକର୍ଡ ସ୍ଥାପନ କରିଛି । ଶେଷରେ ସେନସେକ୍ସ ୧୮୧ ଅଙ୍କ ସହ ୪୫,୬୦୮.୫୧ରେ ନୂଆ ରେକର୍ଡ ସହ ବନ୍ଦ ହୋଇଥିଲା । ନିଫ୍ଟି ୩୭.୨୦ ଅଙ୍କ ସହ ୧୩,୩୯୨.୯୫ ରେକର୍ଡ ହୋଇଥିଲା । ପ୍ରାୟ ୧୩୪୪ ଶେୟାରର ବୃଦ୍ଧି ଓ ୧୩୭୪ ଶେୟାରର ହ୍ରାସ ଘଟିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.