ମୁମ୍ବାଇ ,୬ା୪ (ଓଡିଶା ଭାସ୍କର): ମଙ୍ଗଳବାର ସକାଳୁ ସେୟାର ମାର୍କେଟରେ ଉତ୍ଥାନ-ପତ୍ତନ ଦେଖାଦେଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୨୮୨ ଅଙ୍କ ବୃଦ୍ଧିପାଇ ୪୯,୪୪୧ ରେ କାରବାର ଆରମ୍ଭ କରିଥିଲା । କିଛି ସମୟ କାରବାର ପରେ ସକାଳ ୯ଟା ୨୦ ସୁଦ୍ଧା ସେନସେକ୍ସ ୨୨୩ ଅଙ୍କ ହ୍ରାସ ପାଇ ୪୮,୯୩୬.୩୫ରେ ପହଞ୍ଚିଯାଇଥିଲା । କିଛି ସମୟ ପରେ ସେୟାର ବଜାର ବଢିବାରେ ଲାଗିଲା । ସକାଳ ୯ଟା ୪୦ ସୁଦ୍ଧା ସେନସେକ୍ସ ୩୯୯ ଅଙ୍କ ବୃଦ୍ଧି ପାଇ ୪୯,୫୫୮.୭୭ ରେ ପହଞ୍ଚିଥିଲା ।
ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ୧୦୦ ଅଙ୍କ ବୃଦ୍ଧି ପାଇ ୧୪,୭୩୭ରେ ଖୋଲିଥିଲା । ସକାଳ ୯ଟା ୨୦ ସୁଦ୍ଧା ୬୪ ଅଙ୍କ ହ୍ରାସ ପାଇ ନିଫ୍ଟି ୧୪,୫୭୫.୯୦ ରେ ପହଞ୍ଚିଥିଲା । ସକାଳ ୯ଟା ୪୦ ସୁଦ୍ଧା ନିଫ୍ଟି ୧୨୦ ଅଙ୍କ ବୃଦ୍ଧି ପାଇ ୧୪,୭୫୭.୭୫ରେ ପହଞ୍ଚିଥିଲା ।
ସେୟାର ମାର୍କେଟରେ ଆମେରିକାର କାରବାର ଭଲ ଥିବା ବେଳେ କରୋନା ସଂକ୍ରମଣ ଯୋଗୁଁ ଭାରତର କାରବାର ସେତେ ଭଲ ନାହିଁ । ଯାହାର ପ୍ରଭାବ ସେୟାର ମାର୍କେଟ ଉପରେ ସିଧାସଳଖ ପଡୁଛି । ଏନ୍ଏସ୍ଇରେ କାରବାର ଆରମ୍ଭରୁ ୮୨୨ ସେୟାରରେ ବୃଦ୍ଧି ଏବଂ ୩୧୫ ସେୟାରରେ ହ୍ରାସ ପରିଲକ୍ଷତି ହୋଇଛି । ଆଜି ସକାଳୁ ଡ଼ଲାର ତୁଳନାରେ ଟଙ୍କା ୬ ପଇସା ବୃଦ୍ଧି ପାଇ ୭୩.୨୪ରେ ଖୋଲିଥିଲା ।