ମୋଦିଙ୍କୁ ଆଲିଙ୍ଗନ କଲେ ପୁଟିନ୍, ଯାହା ଦେଖି ସହିପାରିଲେନି ଶେହବାଜ୍; କରିବସିଲେ ଏମିତି କାଣ୍ଡ

ତିଆନଜିନ: ଚୀନର ତିଆନଜିନରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରୁ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରସ୍ପର ସହ ଆଲୋଚନା କରୁଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏକ କୋଣରେ ମୁହଁ ପୋଚି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି ।

ଶେହବାଜ ଖାଲି ଛିଡ଼ା ହୋଇ ନାହାନ୍ତି । ମୋଦି ପୁଟିନ୍ କଥା ହେଉଥିବାବେଳେ ସେମାନଙ୍କ କଣେଇ କଣେଇ ଚାହୁଁଥିଲେ ଶେହବାଜ । ଏହାପୂର୍ବରୁ ପୁଟିନ, ମୋଦି ଏବଂ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଏକାଠି ଛିଡ଼ା ହୋଇ କଥା ହେଉଥିବାର ଦେଖିବାକୁ ମିଳିଥିଲା ।

ଏ ଫଟୋକୁ ମୋଦି ଏକ୍ସରେ ଶେୟାର କରିଛନ୍ତି । କ୍ୟାପ୍ସନରେ ଲେଖିଛନ୍ତି, ତିଆନଜିନରେ ବୈଠକ ଜାରି ରହିଛି । ପୁଟିନ୍, ଜିନପିଙ୍ଗଙ୍କ ସହ ଆଲୋଚନା ଚାଲିଛି ।

ଏହାଛଡ଼ା ପୁଟିନ୍ ମୋଦି କୋଳାଗତ ଏବଂ ହସ୍ତମର୍ଦନ କରୁଥିବାର ଫଟୋ ମଧ୍ୟ ମୋଦି ଏକ୍ସରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛିି । ଦୁଇ ଦେଶର ସମ୍ପର୍କୁ ନେଇ ମୋଦ ନିଜ ବିବୃତ୍ତିରେ କହିଛନ୍ତି ଯେ, ଭାରତ-ରୁଷର ସମ୍ପର୍କ ସବୁବେଳେ ଦୃଢ଼ । କଠିନ ପରିସ୍ଥିତିରେ ଭାରତ-ରୁଷ ଏକାଠି ରହିବେ ।

ଏହାସହ ଭାରତ-ରୁଷ ସକରାତ୍ମକ ଦିଗରେ ଆଗକୁ ବଢ଼ୁଥିବାବେଳେ ଦୁଇ ରାଷ୍ଟ୍ର କାନ୍ଧରେ କାନ୍ଧ ମିଳାଇ ଚାଲୁଛନ୍ତି । ସେପଟେ ୟୁକ୍ରେନ୍ ଯୁଦ୍ଧର ଅନ୍ତ ପାଇଁ ସ୍ଥାୟୀ ସମାଧାନର ଆବଶ୍ୟକତା ଥିବା କହିଛନ୍ତି ମୋଦି ।