fbpx

ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଭେଟି ଦେଲେ ଶେଖ୍ ହସୀନା, ଜାଣନ୍ତୁ କାହିଁକି ଏହି ଜିନିଷ ଦେଲେ ଉପହାର

Advertisement

ଅଗରତାଲା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସୀନା ଗୁରୁବାର ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହାଙ୍କୁ ସଦଭାବନା ଉପହାର(goodwill gift) ଭେଟି ଦେଇଛନ୍ତି । ତେବେ ଉପହାର ସ୍ୱରୂପ ମାଣିକ ସାହାଙ୍କୁ ହିଲସା ମାଛ, ରସଗୋଲା ଏବଂ ଆମ୍ବ ପଠାଇଛନ୍ତି । ଏହା ପୂର୍ବରୁ ଜୁନ୍ ୨୩ରେ ମାଣିକ ଶାହା ଉପହାର ସ୍ୱରୂପ ହସୀନାଙ୍କୁ ୫୦୦ କିଲୋଗ୍ରାମ ସପୁରୀ ଉପହାର ଦେଇଥିଲେ । ଅଗରତାଲାରେ ବାଂଲାଦେଶର ଆସିଷ୍ଟାଣ୍ଟ ହାଇ କମିଶନର ପ୍ରଥମ ସଚିବ ତଥା ଚାନ୍ସରି ପ୍ରମୁଖ ମୋହମ୍ମଦ ରେଜାଉଲ ହକ୍ ଚୌଧୁରୀଙ୍କ କହିଛନ୍ତି ଏହି ଉପହାର ଆଦାନ ପ୍ରଦାନ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ପାରସ୍ପରିକ ବୁଝାମଣାକୁ ବୃଦ୍ଧି କରିବା ଏବଂ ଦ୍ୱିପାକ୍ଷୀକ ସମ୍ପର୍କକୁ ମଜବୁତ କରିବା ପାଇଁ ଲକ୍ଷ୍ୟ ରଖିଛି ।

ଅଗରତାଲାର ଅଖୁଆରା ଇଣ୍ଟେଗ୍ରେଟେଡ୍ ଚେକ୍ ପୋଷ୍ଟରେ ବାଂଲାଦେଶର ଆସିଷ୍ଟାଣ୍ଟ ହାଇ କମିଶନର ଅଧିକାରୀମାନେ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପଠାଯାଇଥିବା ଏହି ଭେଟି ଗ୍ରହଣ କରିଥିଲେ । ଏହା ଖୁବ୍ ଶୀଘ୍ର ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରାଯିବ ବୋଲି ମୋହମ୍ମଦ ରେଜାଉଲ ହକ୍ ଚୌଧୁରୀ କହିଛନ୍ତି । ଶେଖ ହସୀନା ଅଗରତାଲା ମୁଖ୍ୟମନ୍ତ୍ରୀ ମାଣିକ ସାହାଙ୍କୁ ୫୦ କିଲୋଗ୍ରାମ ହିଲସା ମାଛ, ୫୦ କିଲୋଗ୍ରାମ ରସଗୋଲା ଏବଂ ୪୦୦ କିଲୋଗ୍ରାମ ଆମ୍ବ ପଠାଇଥିବା ଜଣାପଡ଼ିଛି ।

 

Get real time updates directly on you device, subscribe now.