fbpx

ନୂଆ ଅବତାରରେ ସୋଶିଆଲ ମିଡିଆକୁ କମବ୍ୟାକ କଲେ ଶିଳ୍ପା: ରୂପ ଦେଖି ଫ୍ୟାନ୍ସ ପାଗଳ

ମୁମ୍ବାଇ: ଶେଷ ହେଲା ଅପେକ୍ଷା । ସପ୍ତାହେ ପରେ ସୋଶିଆଲ ମିଡିଆକୁ କମବ୍ୟାକ କଲେ ବଲିଉଡ କୁଇନ ଶିଳ୍ପା ସେଟ୍ଟୀ । ପୂର୍ବ ସପ୍ତାହରୁ ସୋଶିଆଲ ମିଡିଆରୁ ବ୍ରେକ ନେଇଥିବା ଶିଳ୍ପା କରିଛନ୍ତି ଏକ ଜବରଦସ୍ତ କମବ୍ୟାକ । ନିଜର ଆଗାମୀ ଚଳଚ୍ଚିତ୍ର ‘ନିକମ୍ମା’ର ଟ୍ରେଲର ସହ ସେ ପୁଣି ଥରେ ସୋଶିଆଲ ମିଡିଆକୁ ଫେରିଛନ୍ତି । ଏହା ସହିତ ନିଜର ଏକ ନୂଆ ଅବତାରର ମଧ୍ୟ ଖୁଲାସା କରିଛନ୍ତି ଶିଳ୍ପା ।

ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶିଳ୍ପା ନିକମ୍ମାର ଟିଜର ଅପଲୋଡ କରିବା ସହ ଟ୍ରେଲରକୁ ନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି । ଏହି ଟିଜର ଭିଡିଓରେ ଜଣେ ୱାଣ୍ଡର ଓମ୍ୟାନ ଲୁକରେ ନଜର ଆସିଛନ୍ତି ଶିଳ୍ପା ସେଟ୍ଟୀ । ନୂଆ ଅବତାର ସହିତ ହାତରେ ଖଣ୍ଡା ଏବଂ ଦେହରେ ବିଜୁଳିର ଝଲକ ଦେଖିବାକୁ ମିଳିଛି । ମେ ୧୭ ତାରିଖରେ ତାଙ୍କର ନୂଆ ଫିଲ୍ମ ନିକମ୍ମାର ଟ୍ରେଲର ରିଲିଜ ହେଉଥିବା ନେଇ ସେ ଏହି ଭିଡିଓରେ ସୂଚନା ଦେଇଛନ୍ତି । କ୍ୟାପ୍ସନରେ ଲେଖିଛନ୍ତି, ଏବେ ଆମେ ନୂଆ ଅବତାର ଉପରେ କଥା ହେଉଛେ! ଅସଲି ‘ଅବନୀ’ କିଏ??? ଏହାକୁ ଭଲ ପାଆନ୍ତୁ… ଏବଂ ମେ ୧୭ ତାରିଖକୁ ମନେ ରଖନ୍ତୁ, ନିକମ୍ମା ଟ୍ରେଲର ଏଠାରେ ରିଲିଜ ହେବାକୁ ଯାଉଛି ।

ଶିଳ୍ପାଙ୍କର ଏହି ପୋଷ୍ଟ ପରେ ଫ୍ୟାନ୍ସମାନଙ୍କ ମନରେ ଉତ୍ସାହ ଦୁଇଗୁଣ ବଢିଯାଇଛି । ସେଥିପାଇଁ ଏହି ଫିଲ୍ମର ଟିଜର ସୋଶିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଶିଳ୍ପାଙ୍କ ନୂଆ ଅବତାର ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ ଆସନ୍ତାକାଲି ରିଲିଜ ହେବାକୁ ଥିବା ଟ୍ରେଲର ଅପେକ୍ଷାରେ ରହିଛନ୍ତି ସିନେପ୍ରେମୀ । ଆସନ୍ତାକାଲି ଦିନ ୧୧.୩୦ରେ ରିଲିଜ ହେବ ‘ନିକମ୍ମା’ର ଟ୍ରେଲର ।

Get real time updates directly on you device, subscribe now.