fbpx

ଶିଳ୍ପାଙ୍କ ପୂର୍ବରୁ ଥିଲେ ଆଉଜଣେ ପତ୍ନୀ, ୧୧ ବର୍ଷ ପରେ ମୁହଁ ଖୋଲିଲେ ରାଜକୁନ୍ଦ୍ରା

Advertisement

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଠୀ ଓ ତାଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ପର୍ସନାଲ ଲାଇଫ୍କୁ ନେଇ ଖୁବ୍ ଚର୍ଚ୍ଚା । ଦୁହିଁଙ୍କର ଦାମ୍ପତ୍ୟ ଜୀବନ ବେଶ ସୁଖରେ କଟୁଛି । କିନ୍ତୁ ଏବେ ରାଜ୍କୁନ୍ଦ୍ରାଙ୍କର ପ୍ରଥମ ପତ୍ନୀଙ୍କୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେଥିରେ ରାଜକୁନ୍ଦ୍ରାଙ୍କୁ ପ୍ରଥମ ପତ୍ନୀ କବିତା କହିଛନ୍ତି କି ଶିଲ୍ପା ତାଙ୍କ ଘର ଭାଙ୍ଗି ଦେଇ ନିଜ ଘର ବସେଇଛନ୍ତି । କବିତାଙ୍କର ଏହି ଭିଡିଓ ଭାଇରାଲ୍ ହେବା ପରେ ରାଜ ତାଙ୍କ ମୁହଁ ଖୋଲିଛନ୍ତି ।

ରାଜ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ମୁଁ ଏହି କଥାକୁ ନେଇ ବହୁତ ବର୍ଷ ପରେ ହଲକା ଅନୁଭବ କରୁଛି କାହିଁକି ନା ମୁଁ ଏବେ ସତ କହିପାରିବି । ମୋତେ ଏବେ ଫରକ ପଡୁନି କି କବିତା ଏହାକୁ ଶୁଣି କଣ ଭାବିବ କି କଣ କହିବ । ମୋର ପ୍ରଥମ ପତ୍ନୀ ଓ ମୋ ଭିଣେଇ ବଂଶଙ୍କୁ ଆପତ୍ତିଜନକ ଭାବେ ବହୁଥର ଧରିଛନ୍ତି ମୋ ମା’ । ଏଠାରେ ଦୁଇ ପରିବାର ବର୍ବାଦ ହେଉଥିଲେ ଆଉ ସେହି ଦୁଇ ଜଣ କିଛି ଭାବୁନଥିଲେ ବୋଲି ରାଜ୍ କହିଛନ୍ତି । ସେ ଆହୁରି କହିଚନ୍ତି ଯେ, ମୁଁ କେବେ କବିତା ସହ କଥା ହେଇଛି ନା କଥା ହେବାକୁ ଚାହୁଁଛି । ମୁଁ ମୋ ଝିଅ ସହ ଦେଖାକରିବାକୁ ବହୁତ ଚେଷ୍ଟା କରିଛି । ହେଲେ କବିତାଙ୍କ ପରିବାର ଏହା କରାଇ ଦେଲେ ନାହିଁ । କିନ୍ତୁ ମୁଁ ଜାଣିଛି ଠିକ୍ ସମୟ ଆସିଲେ, ମୋ ଝିଅ ମୋ ପାଖକୁ ଆସିବ । ମୁଁ କେବଳ ମୋ ଝିଅକୁ ୪୦ହିଁ ଦିନ ଦେଖିଛି । ପରେ ଶିଳ୍ପା ସହିତ ବିବାହ ହେଲା ପରେ ମୁଁ ଇଣ୍ଡିଆ ଆସିଥିଲି । ସେହି ସମୟରେ କୋର୍ଟ ମଧ୍ୟ କବିତାଙ୍କ ପକ୍ଷ ନେଇ ରାୟ ଶୁଣାଇ ଥିଲେ ।

*ସେହିପରି ମୋ ସମ୍ପର୍କରେ ଏକ ଆର୍ଟିକିଲ ପାଇଁ ସେତେବେଳେ ଖୁବ୍ ଚର୍ଚ୍ଚା ହୋଇଥିଲା । ତାହା ଶିଳ୍ପାଙ୍କ ଜନ୍ମଦିନରେ ଭାଇରାଲ ହୋଇଥିଲା । ଯେଉଁଥିପାଇଁ ମୋତେ ବହୁତ ବଡ଼ ଝଟକା ଲାଗିଥିଲା । କବିତା ମୋତେ ଧୋକା ଦେଲେ ଠିକ୍ ଅଛି କିନ୍ତୁ ଯେମିତି ଦୁଇ ପରିବାର ବର୍ବାଦ ହେଲା ସେଥିପାଇଁ ମୁଁ କେବେ ବି ତାଙ୍କୁ କ୍ଷମା କରିପାରିବି ନାହିଁ । ମୋର ଏହି ଇଣ୍ଟରଭ୍ୟୁ ପାଇଁ ଶିଳ୍ପା ବହୁତ ରାଗିଛନ୍ତି ହେଲେ ସତ କେବେ ନା କେବେ ସତ ବାହାରକୁ ଆସିବାର ଥିଲା ବୋଲି କହିଛନ୍ତି ରାଜ୍ କୁନ୍ଦ୍ରା।


କହିରଖୁଛୁ ଯେ ରାଜ୍ ୨୦୦୩ରେ କବିତାଙ୍କୁ ବିବାହ କରିଥିଲେ । ଏହାପରେ ୨୦୦୬ରେ ଦୁହିଁଙ୍କର ଛାଡ଼ପତ୍ର ହୋଇଥିଲା । ରାଜ ୨୦୦୯ରେ ଶିଳ୍ପାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏବେ ଦୁହିଁଙ୍କର ଗୋଟିଏ ପୁଅ ଓ ଝିଅ ଅଛି ।

Get real time updates directly on you device, subscribe now.