fbpx

ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡ଼ିଲେ ଶିବମ୍ ଦୁବେ: କେଉଁ ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି ଶିବମ୍ ଦୁବେ । ଅକ୍ଟୋବର ୬ ତାରିଖରୁ ଗ୍ୱାଲିୟରରେ ପ୍ରଥମ ଟି-୨୦ ଖେଳାଯିବ । ଆହତ ଜନିତ କାରଣରୁ ଶିବମ୍ ଏହି ସିରିଜରୁ ବାଦ୍ ପଡ଼ିଛନ୍ତି । ଶିବମ୍ ନିକଟରେ ସମାପ୍ତ ହୋଇଥିବା ଟି-୨୦ ବିଶ୍ୱ ଚାମ୍ପିୟନ ଟିମର ସଦସ୍ୟ ରହିଥିଲେ । ତେବେ ଶିବମ ବାଦ୍ ପଡ଼ିବା ପରେ ଏବେ ଟିମ୍ ଇଣ୍ଡିଆକୁ ଲାଗିଛି ଏକ ବଡ଼ ଝଟକା । ଏବେ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଆଉ ଜଣେ ଖେଳାଳି ସ୍ଥାନ ପାଇଛନ୍ତି ।

ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ହେବାର ୨୪ ଘଣ୍ଟା ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ଝଟକା ଲାଗିଛି । ଅକ୍ଟୋବର ୬ରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପୂର୍ବରୁ ସିରିଜରୁ ବାଦ୍ ପଡ଼ିଛନ୍ତି ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଶିବମ୍ ଦୁବେ । ଆହତ ଜନିତ କାରଣରୁ ଦୁବେ ଏହି ସିରିଜ ଖେଳିପାରିବେନି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଏନେଇ ଏକ ପ୍ରେସ୍ ରିଲିଜ ଜାରି କରି ସୂଚନା ଦିଆଯାଇଛି । ଦୁବେଙ୍କ ଅନୁପସ୍ଥିତିରେ ତାଙ୍କ ବଦରେ ଏବେ ଆଉ ଜଣେ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି । ଚୟନ କମିଟି ତୁଲକ ବର୍ମାଙ୍କୁ ଟି-୨୦ରେ ସୁଯୋଗ ଦେଇଛନ୍ତି । ଫିଟନେସ କାରଣରୁ ୨୧ ବର୍ଷୀୟ ତିଲକଙ୍କୁ ଏହା ପୂର୍ବରୁ ଶ୍ରୀଲଙ୍କା ଗସ୍ତ ପାଇଁ ଚୟନ କରାଯାଇ ନଥିଲା ।

Get real time updates directly on you device, subscribe now.