fbpx

(video)ବିଜେପିର ବିଜୟ ଲାଗି ୬ ବର୍ଷ ପିନ୍ଧି ନ ଥିଲେ ଜୋତା, ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ପିନ୍ଧାଇଲେ ଜୋତା

ନୂଆଦିଲ୍ଲୀ: ବିଜେପିକୁ ଏକ କ୍ୟାଡର ଆଧାରିତ ପାର୍ଟି କୁହାଯାଏ । ଏହି ଦଳରେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମୀଙ୍କ ପାଇଁ ବିଜେପି ଏହାର ବୁଥ୍ ମ୍ୟାନେଜମେଣ୍ଟ କରିଥାଏ । ନିର୍ବାଚନରେ ଦଳର କର୍ମୀ ପ୍ରତ୍ୟେକ ବୁଥକୁ ଜିତାଇବା ଲାଗି ସବୁ ପ୍ରକାର ପ୍ରୟାସ ଆରମ୍ଭ କରି ଦେଇଥାନ୍ତି । ବିଜେପିର ଏହିପରି ଏକ ଲଢୁଆ କର୍ମୀ ହେଉଛନ୍ତି ରାମଦାସ ପୁରୀ ଯିଏକି ମଧ୍ୟପ୍ରଦେଶର ଅନୁପପୁର ଜିଲ୍ଲାରେ ରୁହନ୍ତି । ସେ ଅନୁପପୁରର ବିଜେପି ଜିଲ୍ଲାଧ୍ୟକ୍ଷ ଅଛନ୍ତି ।

ଋାମଦାସ ଖରା, ବର୍ଷା, ଥଣ୍ଡାକୁ ଖାତିର ନ କରି ୬ ବର୍ଷ ଖାଲିପାଦରେ ରହିଥିଲେ । କାରଣ ଥିଲା ୨୦୧୮ ମଧ୍ୟପ୍ରଦେଶ ନିର୍ବାଚନରେ ବିଜେପିର ପରାଜୟ । ସେବେଠାରୁ ସେ ସଂକଳ୍ପ ନେଇଥିଲେ କି ଯେ ପର୍ଯ୍ୟନ୍ତ ବିଜେପି ଏଠାରେ ପୁଣି କ୍ଷମତାକୁ ନ ଫେରିଛି ସେ ପର୍ଯ୍ୟନ୍ତ ସେ ଖାଲି ପାଦରେ ହିଁ ଯାତ୍ରା କରିବେ । ତାଙ୍କର ଏହି ସଂକଳ୍ପ ୩ ଡିସେମ୍ବର ୨୦୨୪ରେ ପୂରଣ ହୋଇଛି । ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜେ ଅନୁପପୁର ପହଞ୍ଚି ରାମଦାସ ପୁରୀଙ୍କୁ ନିଜ ହାତରେ ଜୋତା ପିନ୍ଧାଇଛନ୍ତି ।

ଶିବରାଜ ସିଂ ଏକ୍ସରେ ଲେଖିଛନ୍ତି, ରାମଦାସ ପୁରୀଙ୍କ ପରି କାର୍ଯ୍ୟକର୍ତ୍ତା ଦଳର ଶକ୍ତି ଓ ପୁଞ୍ଜି । ଏପରି ସମର୍ପିିତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ବିଜେପି ଗର୍ବ କରୁଛି । ଏପରି କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂକଳ୍ପକୁ ପୁରା କରି ଦେଶକୁ ସମୃଦ୍ଧ ଓ ବିକଶିତ କରିପାରିବେ । ମୁଁ ତାଙ୍କୁ ପ୍ରଣାମ କରୁଛି ।

Get real time updates directly on you device, subscribe now.