fbpx

ଫ୍ଲୋର ଟେଷ୍ଟ ବିରୋଧରେ ସୁପ୍ରିମକୋର୍ଟରେ ଶିବସେନା; ଅପରାହ୍ନ ୫ ଟାରେ ଶୁଣାଣି

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ମହାରଷ୍ଟ୍ର ରାଜନୀତିରେ ଏବେ ହଲଚଲ ବଢିଯାଇଛି। କାରଣ ରାଜ୍ୟପାଳ ଭଗତ ସିଂହ କୋଶିଆର ଆସନ୍ତାକାଲି ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ସରକାରଙ୍କୁ କହିଛନ୍ତି। ତେବେ ଆସନ୍ତା କାଲି ଫ୍ଲୋର୍ ଟେଷ୍ଟ୍ ହେବ କି ନାହିଁ, ଏହାକୁ ନେଇ ଏବେ ସସପେନ୍ସ ଆରମ୍ଭ ହୋଇଗଲାଣି। କାରଣ ଶିବସେନା ଫ୍ଲୋର୍ ଟେଷ୍ଟ୍ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛି ଏବଂ ଏହି ଆବେଦନ ଉପରେ ଆଜି ସନ୍ଧ୍ୟା ୫ଟାରେ ଶୁଣାଣି ହେବ।

ରାଜ୍ୟପାଳ ଭଗତ ସିଂହ କୋଶିଆର ଆସନ୍ତା ଗୁରୁବାର ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଉଦ୍ଧବ ଠାକରେ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି ରାଜ୍ୟପାଳ। ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ହୋଇପାରେ ଫ୍ଲୋର ଟେଷ୍ଟ। ତେଣୁ ଆସନ୍ତାକାଲି ଉଦ୍ଧବଙ୍କ ସରକାର ରହିବ କିମ୍ବା ଭାଙ୍ଗିଯିବ ଏହା ଉପରେ ସମସ୍ତଙ୍କ ନଜର ରହିବ।

ସୂଚନା ମୁତାବକ ବିଜେପି ଏବଂ କିଛି ନିର୍ଦଳୀୟ ବିଧାୟକ ସରକାରଙ୍କୁ ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ଦାବି କରିଥିଲେ। ଦେବେନ୍ଦ୍ର ଫଡନାବିସ୍ ରାଜ୍ୟପାଳଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଅପରପକ୍ଷରେ ଏକନାଥ ସିନ୍ଦେ ଏବଂ ଅନ୍ୟ ବିଦ୍ରୋହୀ ବିଧାୟକ ଗୋଆ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଗୋଆର ଏକ ହୋଟେଲରେ ଏହି ବିଧାୟକମାନଙ୍କ ପାଇଁ ୭୦ ରୁମ୍ ବୁକ୍ କରାଯାଇଛି। ଆସନ୍ତାକାଲି ଏହି ବିଧାୟକମାନେ ବିଧାନସଭାରେ ପହଞ୍ଚିବାର ସମ୍ଭାବନା ରହିଛି।

Get real time updates directly on you device, subscribe now.