fbpx

ବିଜେପିରୁ ସପାକୁ ଯାଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଝଟକା: ୧୧ ହଜାର ଭୋଟରେ ପଛୁଆ

ନୂଆଦିଲ୍ଲୀ: ୫ ଟି ରାଜ୍ୟ ଯଥା-ୟୁପି, ପଞ୍ଚାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । କୁଶୀନଗରର ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର ରହିଛି । ସେଠାରେ କଂଗ୍ରେସରୁ ବିଜେପିରେ ସାମିଲ ହୋଇଥିବା କାରଣରୁ ଆରପିଏନ ସିଂହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଅନ୍ୟପଟେ ସ୍ୱାମୀ ପ୍ରସାଦ ମୋର୍ଯ୍ୟ ସାମଜବାଦୀ ପାର୍ଟିର ଟିକେଟରେ ଫାଜିଲନଗରରୁ ନିର୍ବାଚନ ଲଢ଼ୁଥିବାରୁ ଏହି ଲଢ଼େଇ ଦେଖିବାକୁ ସମସ୍ତଙ୍କୁ ଉତ୍ସାହ ଲାଗିରହିଛି । ଏବେ ଫାଜିଲନଗର ଆସନରୁ ସପାର ପ୍ରାର୍ଥୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଜେପି ପ୍ରାର୍ଥୀ ସୁରେନ୍ଦ୍ର କୁଶୱାହାଙ୍କଠାରୁ ୧୧ ହଜାର ଭୋଟ୍ ପଛରେ ଅଛନ୍ତି ।

ତେବେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ନିକଟରେ ବିଜେପିରୁ ବାହାରି ସପାରେ ଯୋଗଦେଇଥିଲେ । ସମାଜବାଦୀ ପାର୍ଟୀରୁ ଫାଜିଲବାଦର ଟିକେଟ ଫାଇନାଲ ହେବା ପରେ ତାହା ବିଧାନସଭାର ହଟସିଟ୍ ପାଲଟିଛି । କୁହାଯାଉଛି କି, ବିଜେପିର ସୁରେନ୍ଦ୍ର ସିଂ କୁଶୱାହା ସ୍ୱାମୀ ପ୍ରସାଦଙ୍କୁ କଡ଼ା ଟକ୍କର ଦେଉଛନ୍ତି । ଏହା ସହ କଂଗ୍ରେସର ସୁନୀଲ ମନୋଜ ସିଂହ ଓ ବସପାର ଇଲିୟାସ ଅଂସାରୀ ଏହି ଆସନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।

Get real time updates directly on you device, subscribe now.