fbpx
BSKY
BJD SHG SKY
BJD YOUTH SKY

ମହିଳାମାନେ ପିନ୍ଧୁଥିବା ଛୋଟ ଡ୍ରେସ୍ ହିଁ ବଢ଼ୁଥିବା ଯୌନ ଶୋଷଣର ମୁଖ୍ୟ କାରଣ: ଇମ୍ରାନ୍ ଖାନ୍

ନୂଆଦିଲ୍ଲୀ: ନିଜେ ପ୍ଲେ-ବୟ୍ ଇମେଜ୍ ରଖୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଅନେକ ସମୟ ଦୁଷ୍କର୍ମ ବା ଯୌନ ଶୋଷଣକୁ ସମ୍ପର୍କରେ ଦେଉଥିବା ବୟାନକୁ ନେଇ ବିବାଦ ଘେରକୁ ଚାଲି ଆସନ୍ତି । ଏବେ ପୁଣି ଥରେ ଇମ୍ରାନ୍ ସେହିପରି କିଛି ବୟାନ ଦେଇ ସମାଲୋଚନାର ଶିକାର ହୋଇଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନରେ ବଢ଼ୁଥିବା ଯୌନ ଉତ୍ପୀଡନର କାରଣ ମହିଳାମାନେ ପରିଧାନ କରୁଥିବା ପୋଷାକ ସହିତ ଜଡିତ ।

ନିକଟରେ ଗଣମାଧ୍ୟମରେ ଦେଇଥିବା ଏକ ରିପୋର୍ଟ ମୁତାବକ ଇମ୍ରାନ କହିଛନ୍ତି ଯେ, “ଯଦି ମହିଳା ବହୁତ ଛୋଟ ପୋଷାକ ପିନ୍ଧିବେ ତେବେ ତାହା ପୁରୁଷଙ୍କ ଉପରେ ପ୍ରଭାବ ପଡିବ, ହଁ ଯଦି ସେମାନେ ରୋବୋଟ୍ ତେବେ ଏହା ହେବ ନାହିଁ । ଏହା କମନ୍ ସେନ୍ସ ର କଥା” । ବର୍ତ୍ତମାନ ତାଙ୍କ ଏହି କିଛି ପଦର ଟିପ୍ପଣୀ ତାଙ୍କୁ ବିବାଦକୁ ଟାଣି ଆଣିଛି । ସୋସିଆଲ ମିଡିଆରେ ଏବେ ତାଙ୍କୁ ଜୋରସୋରରେ ବିରୋଧ କରାଯାଉଛି ।

ଅନ୍ତର୍ଜାତୀୟ ଜୁରିଷ୍ଟ କମିଶନର ଦକ୍ଷିଣ ଏସିଆର ଆଇନ ପରାମର୍ଶଦାତା ରେମା ଓମାର ଟ୍ୱିଟ୍ କରି କହିଛନ୍ତି ଯେ, “ପାକିସ୍ତାନରେ ଯୌନ ନିର୍ଯ୍ୟାତନାକୁ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦ୍ୱାରା ଦିଆଯାଇଥିବା ବୟାନ ଅତ୍ୟନ୍ତ ନିରାଶଜନକ । ତାଙ୍କ ବିବୃତ୍ତି ପୀଡିତାଙ୍କୁ ଦାୟୀ ବୋଲି ଦର୍ଶାଉଛି” ।

ପାକିସ୍ତାନ ଦ୍ୱାରା ପ୍ରକାଶିତ ସରକାରୀ ତଥ୍ୟରୁ ଜଣାପଡିଛି ଯେ, ଦେଶରେ ପ୍ରତି ୨୪ ଘଣ୍ଟାରେ ଅତି କମରେ ୧୧ ଟି ବଳାତ୍କାର ମାମଲା ରିପୋର୍ଟ ହେଉଛି । ଗତ ଛଅ ବର୍ଷ ମଧ୍ୟରେ ୨୨,୦୦୦ ଏଭଳି ମାମଲା ପୋଲିସରେ ପଞ୍ଜିକୃତ ହୋଇଛି । ତେବେ ପାକିସ୍ତାନରେ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେବାର ହାର ସର୍ବନିମ୍ନ ୦.୩ ପ୍ରତିଶତ ରହିଛି ।

Get real time updates directly on you device, subscribe now.