fbpx

କଂଗ୍ରେସ ନେତାଙ୍କ ଟ୍ଵିଟ୍- ଓମ୍ ଉଚ୍ଚାରଣ କଲେ ନା ଯୋଗ ଶକ୍ତିଶାଳୀ ହେବ, ନା  ଆଲହା  କହି ଦେଲେ ଯୋଗ ଦୁର୍ବଳ ହୋଇଯିବ

ନୂଆଦିଲ୍ଲୀ : ସମଗ୍ର ଦୁନିଆରେ ଜୁନ ୨୧ ତାରିଖ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଦେଶ-ବିଦେଶରେ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ଏବଂ ଏଥିରେ ଅନେକ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଛନ୍ତି। ହେଲେ ଏହି ଅବସରରେ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି ଏମିତି ଟ୍ଵିଟ୍ କରିଛନ୍ତି, ଯାହାକୁ ନେଇ ନୂତନ ବିବାଦ ଆରମ୍ଭ ହୋଇ ଯାଇଛି। ସିଙ୍ଘଭି କହିଛନ୍ତି, ଓମ୍ ଉଚ୍ଚାରଣରେ ନା ଯୋଗ ଅଧିକ ଶକ୍ତିଶାଳୀ ହେବ ନା ଆଲହା କହି ଦେଲେ ଯୋଗ ଦୁର୍ବଳ ହୋଇଯିବ। ତାଙ୍କର ଏହି ଆପତ୍ତିଜନକ ବୟାନକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୀତିର ନୂତନ ଖୋରାକ ଯୋଗାଇଛି।

ଅନ୍ୟପଟେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସରେ ଆୟୋଜିତ ଭର୍ଚୁଆଲ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ମୋଦୀ କହିଛନ୍ତି, କରୋନା ମହାମାରୀରେ ଯୋଗ ଏକ ଆଶାର କିରଣ ପାଲଟିଛି। ଏହା ପ୍ରତି ଲୋକଙ୍କ ଉତ୍ସାହ କମ ହୋଇ ନାହିଁ। ଯେବେ କରୋନା ପ୍ରକୋପ ଆରମ୍ଭ ହେଲା, ସେହି ସମୟରେ ଦୁନିଆ ପ୍ରସ୍ତୁତ ନଥିଲା। ତେବେ ଏହି ସମୟରେ ଯୋଗ ହିଁ ଆତ୍ମ ବଳର ଏକ ବଡ ମାଧ୍ୟମ ପାଲଟିଥିଲା।

 

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏମ-ଯୋଗ ଆପର ମଧ୍ୟ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଆପ୍ ଜରିଆରେ ଯୋଗ ପ୍ରଶିକ୍ଷଣର ଅନେକ ଭିଡିଓ ଅଲଗା ଅଲଗା ଭାଷାରେ ଉପଲବ୍ଧ ହେବ। ଆଜି ଭାରତ ସହିତ ବିଦେଶରେ ମଧ୍ୟ ଯୋଗ ଦିବସ ପାଳନ କରାଯାଉଛି। କରୋନାର ଦ୍ଵିତୀୟ ଲହର ସମୟରେ ଏହି ଦିବସକୁ ଉତ୍ସାହର ସହ ପାଳନ କରାଯାଉଛି ବୋଲି ମୋଦୀ କହିଛନ୍ତି।

 

 

Get real time updates directly on you device, subscribe now.