fbpx

ବିଜେପି ସାଂସଦ ଜୟନ୍ତ ସିହ୍ନାକୁ କାରଣ ଦର୍ଶାଅ ନୋଟିସ୍‌, ଦଳର ସାଂଗଠନିକ କାର୍ଯ୍ୟରେ ଯୋଗ ଦେଉନଥିବା ଅଭିଯୋଗ

ରାଞ୍ଚି: ଝାଡ଼ଖଣ୍ଡର ହାଜିରାବାଗ ଅସନରୁ ସାଂସଦ ଜୟନ୍ତ ସିହ୍ନାଙ୍କ ସ୍ଥାନରେ ବିଜେପି ମନୀଷ ଜୟସୱାଲଙ୍କୁ ପ୍ରାର୍ଥୀ କରିଛନ୍ତି । ଟିକେଟ କଟିବା ପରେ ସିହ୍ନାଙ୍କ ଦଳ ପ୍ରତି ରୁକ୍ଷ ବ୍ୟବହାରକୁ ଦୃଷ୍ଟିରେ ରଖି ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଛି ଏବଂ ଦୁଇ ଦିନ ମଧ୍ୟରେ ସ୍ପଷ୍ଟିକରଣ ମାଗିଛି ।

ବିଜେପି ପ୍ରଦେଶ ମହାମନ୍ତ୍ରୀ ଏବଂ ସାଂସଦ ଆଦିତ୍ୟ ସାହୁ ପକ୍ଷରୁ ଜାରି କରାଯାଇଥିବା ଏକ ଚିଠିରେ କହିଛନ୍ତି ମନୀଷ ଜୟସୱାଲଙ୍କୁ ହଜାରିବାଗ ଆସନରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ସେ ଦଳର ପ୍ରଚାର କିମ୍ବା କୌଣସି ସାଂଗଠନିକ କାର୍ଯ୍ୟରେ ସାମିଲ ହୋଇନଥିଲେ । ଏହା ବାଦ୍ ନିଜ ମତଦାନ ସାବ୍ୟସ୍ତ କରିବା ମଧ୍ୟ ଜରୁରୀ ମନେ କରିନଥିଲେ । ତାଙ୍କର ଏଭଳି ବ୍ୟବହାରରୁ ଦଳର ଭାବମୂର୍ତ୍ତିକୁ କ୍ଷୁଣ କରିଛି । ବିଜେପି ପ୍ରଦେଶ ଅଧ୍ୟକ୍ଷ ବାବୁଲାଲ ମାରାଣ୍ଡିଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ୨ ଦିନ ମଧ୍ୟରେ ସ୍ପଷ୍ଟିକରଣ ଦେବା ପାଇଁ ଅନୁରୋଧ କରାଯାଇଛି ।

Get real time updates directly on you device, subscribe now.