fbpx

ଶ୍ରଦ୍ଧାଙ୍କ ମୃତ୍ୟୁ ମାମଲାରେ ପୋଲିସର ଛାନଭିନ୍; ଧୀରେ ଧୀରେ ଗୁମର ଖୋଲୁଛି ହତ୍ୟାକାରୀ ପ୍ରେମିକ

ନୂଆଦିଲ୍ଲୀ: ଦିଲ୍ଲୀରେ ଶ୍ରଦ୍ଧା ୱାକରଙ୍କୁ ପ୍ରେମିକ ଅଫତାବ ହତ୍ୟା କରିବା ଘଟଣାରେ ଧୀରେ ଧୀରେ ଗୁମର ଖୋଲିବାର ଲାଗିଛି । ଗୋଟେ ପରେ ଗୋଟେ ନୂଆ ତଥ୍ୟା ସାମ୍ନାକୁ ଆସିଛି । ତେବେ ୫ ମାସ ତଳେ ଅର୍ଥାତ ଚଳିତ ବର୍ଷ ମେ ମାସରେ ମହାରାଷ୍ଟ୍ରର ଶ୍ରଦ୍ଧା ୱାକରଙ୍କୁ ତାଙ୍କ ପ୍ରେମିକ ଅଫତାବ ହତ୍ୟା କରିଥିଲା । ଏହାପରେ ଶ୍ରଦ୍ଧାଙ୍କ ମର ଶରୀରକୁ ହାଣି ୩୫ ଖଣ୍ଡ କରିବା ସହ ତାକୁ ଏକ ଫ୍ରିଜରେ ରଖିଥିଲା । ବର୍ତ୍ତମାନ ଏହି ଘଟଣାରେ ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ଏବଂ ତା ନିକଟରୁ ହତ୍ୟାର ସମସ୍ତ ଗୁମର ବାହାର କରୁଛି ।

ଶ୍ରଦ୍ଧା ମୁମ୍ବାଇର ଏକ ନାମକରା ମଲ୍ଟିନ୍ୟାସନାଲ କମ୍ପାନୀର କଲ ସେଣ୍ଟରରେ କାମ କରୁଥିଲେ । ସେଠାରେ ସେ ଅଫତାବକୁ ଭେଟିବା ସହ ପରସ୍ପର ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହା ପରେ ଉଭୟ ମୁମ୍ବାଇରେ ଲିଭ ଇନ୍ ରିଲେସନରେ ରହୁଥିଲେ । ତେବେ ଏହାକୁ ଶ୍ରଦ୍ଧାଙ୍କ ବାପା ବିରୋଧ କରିବାକୁ କରିବାକୁ ଉଭୟ ଉଭୟ ଦିଲ୍ଲୀ ପଳାଇ ଆସିଥିଲେ । ଶ୍ରଦ୍ଧା ଦିଲ୍ଲୀ ଆସିବା ପରେ ତାଙ୍କ ସହପାଠୀ ଲକ୍ଷ୍ମଣଙ୍କୁ ସମସ୍ତ ଘଟଣା ବାବଦରେ ସୂଚନା ଦେଉଥିଲେ । ଆଉ ଲକ୍ଷ୍ମଣ ଶ୍ରଦ୍ଧାଙ୍କ ପରିବାରକୁ ଖବର ଦେଉଥିଲେ ।

କିନ୍ତୁ କିଛି ଦିନପରେ ଶ୍ରଦ୍ଧାଙ୍କ ସହ ଯୋଗାଯୋଗ କରିପାରିନଥିଲେ ଲକ୍ଷ୍ମଣ । ଯାହାକୁ ନେଇ ଶ୍ରଦ୍ଧାଙ୍କ ପରିବାର ଲୋକଙ୍କ ମନରେ ସନ୍ଦେହ ତ୍ସଷ୍ଟି ହୋଇଥିଲା । ଏହାପରେ ପ୍ରକୃତ ଘଟଣା ବିଷୟରେ ଜଣା ପଡିଥିଲା । ଏବେ ପୁଲିସ ଆଗରେ ଅଫତାବ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିବା ସୂଚନା ରହିଛି । ଫଳରେ ଦିଲ୍ଲୀ ପୋଲିସ ବର୍ତ୍ତମାନ ଅଭିଯୁକ୍ତ ଅଫତାବକୁ ଗିରଫ କରିବା ସହ ଜଙ୍ଗଲକୁ ନେଇ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍ କରିଛି । ତେବେ ପେଲିସ ସାମ୍ନାରେ ଅଫତାବ ହତ୍ୟା ବିଷୟରେ ସମସ୍ତ କଥା ପ୍ରକାଶ କରିଛି । ସେ ତାର ବୟାନରେ ଏହା କହିଛି ଯେ ଶ୍ରଦ୍ଧା ତାଙ୍କୁ ବିବାହ କରିବାକୁ ବାରମ୍ବାର ଚାପ ପକାଉଥିଲେ । ଫଳରେ ସେ ରାଗିଯାଇ ଶ୍ରଦ୍ଧାଙ୍କୁ ହତ୍ୟା କରିବାର ନିଷ୍ପତି ନେଇଥିଲେ । ଏହାପରେ ସେ ଏକ ୱେବସିରିଜ ଦେଖି ଏହି ହତ୍ୟାକାଣ୍ଡ ବିହାଇଥିଲେ ।

Get real time updates directly on you device, subscribe now.