ଶ୍ରେୟସଙ୍କ ବାପା ଖୋଲିିଲେ ଇଣ୍ଡିଆ ଟିମର ଗୁମର, ଦଳରେ Select ନ ହେବା ପରେ ଭାଙ୍ଗିପଡ଼ିଛନ୍ତି ଶ୍ରେୟସଙ୍କ ପରିବାର

 ଭାଙ୍ଗିପଡ଼ିଛି ଶ୍ରେୟସଙ୍କ ପରିବାର ।  ଦଳ ନିଷ୍ପତ୍ତିରେ  ଆଣିଲେ ଆପତ୍ତି । 

ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ମଇଦାନକୁ ଓହ୍ଲାଇବାକୁ ଥିବା ଭାରତୀୟ ଖେଳାଳିଙ୍କ ଚୟନରେ ବଡ଼ ତ୍ରୁଟି ହୋଇଥିବା କହିଲେ ଶ୍ରେୟଶ ଅୟରଙ୍କ ବାପା ।

ଶ୍ରେୟସଙ୍କୁ ଦଳରୁ ବାଦ୍ କରାଯିବା ନେଇ  ସନ୍ତୋଷ ଅୟର ଗଣମାଧ୍ୟମରେ ରଖିଛନ୍ତି ନିଜ ପ୍ରତିକ୍ରିୟା । ସେ କହିଛନ୍ତି, ଘରୋଇ କ୍ରିକେଟ ମ୍ୟାଚରେ ଶେୟସଙ୍କ ପ୍ରଦର୍ଶନ ବେଶ୍ ଚମକପୂର୍ଣ୍ଣ ।

ଆଇପିଏଲରେ  ଭଲ ପ୍ରଦର୍ଶନ କରି ମଧ୍ୟ ଶ୍ରେୟସଙ୍କୁ  ଏସିଆ କପ୍ ଖେଳିବାକୁ ଦିଆଗଲା ନାହିଁ । ଯାହା ଅତ୍ୟନ୍ତ ନିରାଶାଜନକ । ଆପିଏଲ୍ ଟିମ ପଞ୍ଜାବ କିଙ୍ଗସରେ ମଧ୍ୟ  ଶ୍ରେୟସ ଚମକ୍ରାର ଖେଳ ଖେଳିଛନ୍ତି ।  ତଥାପି ଏସି କପ୍ ପାଇଁ ଦଳ ତାଙ୍କୁ ଅଲୋଡ଼ା କରିଛି ।

ଟିମରେ ବଛା ନ ଯିବାକୁ ନେଇ  ଶ୍ରେୟସ କେବଳ ଦୁଇଟି ଶବ୍ଦ କହିଥିଲେ,  ମୋ ଭାଗ୍ୟ… ବର୍ତ୍ତମାନ ତୁମେ କିଛି କରିପାରିନ ନାହିଁ ।  ଏ ନେଇ ଶ୍ରେୟସ କାହାରିକୁ  ନିନ୍ଦା କିମ୍ବା ଦୋଷୀ କରି ନ ଥିବା ତାଙ୍କ ବାପା ସନ୍ତୋଷ କହିଛନ୍ତି ।

ଜଣେ ଭଲ ବ୍ୟାଟ୍ସମ୍ୟାନହୋଇ ମଧ୍ୟ ଶ୍ରେୟସଙ୍କୁ  ଏସିଆ କପ୍ ଖେଳିବା ପାଇଁ ସୁଯୋଗ ମିଳିଲା ନାହିଁ ।  ଯାହା ପାଇଁ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

କିନ୍ତୁ ଦଳରେ ସିଲେକ୍ଟ ନ ହେବା ଲାଗି  ଶ୍ରେୟସଙ୍କ ପରିବାର ଭାଙ୍ଗିଯାଇଛି ।  ବିଶେଷ କରି ତାଙ୍କ ବାପା  ଦଳର ନିଷ୍ପତ୍ତିରେ ଦୁଃଖିତ ଥିବା କହିଛନ୍ତି ।