fbpx

ଜୁଲାଇ ୮ ତାରିଖ ଯାଏ କଟକ ସହର ସଟଡ଼ାଉନ

କଟକ, ୪ା୭(ଓଡ଼ିଶା ଭାସ୍କର): ଜୁଲାଇ ୮ ରାତି ୧୨ଟା ଯାଏଁ କଟକ ସହର ସଟଡ଼ାଉନ ରହିବ । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ସିଏମସି ପକ୍ଷରୁ ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି । କେବଳ ସଉଦା, କ୍ଷୀର ଓ ପରିବା ଦୋକାନ ଖୋଲା ରହିବ । ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି ସବୁ ଦୋକାନ ଖୋଲା ରହିବ । ଅନଲାଇନରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ମଗାଇ ହେବ ବୋଲି ଅନୁମତି ମିଳିଛି । ଏହାସହ ଔଷଧ ଦୋକାନ ସମ୍ପୂର୍ଣ୍ଣ ଖୋଲା ରହିବ ବୋଲି ସିଏମସି ପକ୍ଷରୁ ଘୋଷଣା କରାଯାଇଛି ।

Get real time updates directly on you device, subscribe now.