fbpx

ଆଉ ଏକୁଟିଆ ରହିବେନି ପୋପଟଲାଲ୍: ଆସୁଛନ୍ତି ମିସେସ୍ ପୋପଟଲାଲ୍

ମୁମ୍ବାଇ: ଟେଲିଭିଜିନ୍ ଜଗତର ସବୁଠୁ ଲୋକପ୍ରିୟ ହାସ୍ୟ ଧାରାବାହିକ ‘ତାରକ୍ ମେହତା କା ଉଲ୍ଟା ଚଷ୍ମା’ । ଦୀର୍ଘ ୧୪ ବର୍ଷ ଧରି ଲୋକଙ୍କ ମନୋରଞ୍ଜନ କରିଆସୁଛି । ଏହାର ପ୍ରତିଟି ଚରିତ୍ର ଲୋକଙ୍କ ହୃଦୟରେ ରହିଛନ୍ତି ।

ସେହିଭଳି ଏକ ଚରିତ୍ର ହେଉଛି ‘ପୋପଟଲାଲ୍’ । ଆପଣ ୟାଙ୍କୁ ସୋ ରେ ସବୁବେଳେ ନିଜ ବିବାହ ପାଇଁ ଚିନ୍ତିତ ଥିବାର ଦେଖିଥିବେ । ଅନେକ ସମୟରେ ତ’ ବିବାହ ହେଉ ହେଉ ଭାଙ୍ଗିଯାଉଛି । ପୁଣି କେତେବେଳେ ଅନ୍ୟ କିଛି କାରଣ ଲାଗି ବାହାଘର ଭାଙ୍ଗିଯାଉଛି ।

ତେବେ ଏହାରି ମଧ୍ୟ ଏକ ଖବର ଆସୁଛି ଯେ । ସୋ ର ମେକର୍ସ ସୋ ରେ ମିସେସ୍ ପୋପଟଲାଲଙ୍କୁ ଏଣ୍ଟ୍ରି କରିବା ନେଇ ଚିନ୍ତା କରୁଛନ୍ତି । ଏନେଇ ନିଜେ ପୋପଟଲାଲ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଶ୍ୟାମ ପାଠକ ସୁନିଶ୍ଚିତ କରିଛନ୍ତି । ଫ୍ୟାନ୍ସ ମଧ୍ୟ ଅନେକ ସମୟରୁ ମିସେସ୍ ପୋପଟଲାଲଙ୍କୁ ଶୋ ରେ ଦେଖିବାକୁ ଅପେକ୍ଷା କରିଛନ୍ତି । ଆଉ ଏବେ ଫ୍ୟାନ୍ସଙ୍କ ଏହି ଇଚ୍ଛା ପୂରଣ ହେବାକୁ ଯାଉଛି ।

ଶ୍ୟାମ ପାଠକ୍ କହିଛନ୍ତି ଯେ ଖୁବଶୀଘ୍ର ଗୋକୁଲଧାମ ସୋସାଇଟିରେ ମିସେସ ପୋପଟଲାଲ୍ ନଜର ଆସିବେ । ଏବେ ପୋପଟଲାଲ୍ ଆଉ ଏକୁଟିଆ ରହିବେନାହିଁ । ସେ ଆହୁରି କହିଛନ୍ତି ଭବିଷ୍ୟତରେ ନୂଆ ନୂଆ ଚରିତ୍ର ମଧ୍ୟ ନଜର ଆସିବେ ।

ନିକଟରେ ସୋ’ ରେ ତାରକ ମେହତା ଚରିତ୍ରରେ ନଜର ଆସୁଥିବା ଶୈଳେଶ ଲୋଢ଼ା ସୋ ଛାଡ଼ିବା ପରେ ତାଙ୍କ ସ୍ଥାନରେ ସଚ୍ଚିନ ଶ୍ରୋଫ ନଜର ଆସିଛନ୍ତି ।

Get real time updates directly on you device, subscribe now.