fbpx

ପ୍ରଦୀପଙ୍କ ରାସ୍ତାରେ ଶିବାଜୀ ମାଝୀ: କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ରାସ୍ତା ଆପଣେଇଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଶିବାଜୀ ମାଝୀ । ମାଝି ଶନିବାର ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ emailରେ ନିଜ ଇସ୍ତଫାପତ୍ର ପଠାଇଛନ୍ତି ଶିବାଜୀ ।

ଲାଞ୍ଜିଗଡରୁ କଂଗ୍ରେସ ବିଧାୟକ ରହିଥିବା ଶିବାଜୀ ଶନିବାର ଦଳ ଛାଡିଛନ୍ତି । ୨୦୦୯ରୁ ୨୦୧୪ ମଧ୍ୟରେ ଶିବାଜୀ ଲାଞ୍ଜିଗଡରୁ କଂଗ୍ରେସର ବିଧାୟକ ରହିଥିଲେ ।

Get real time updates directly on you device, subscribe now.