fbpx

ପ୍ରେମର ସାଇଡ ଇଫେକ୍ଟ: ବ୍ରେକଅପ ପରେ ମାନସିକ ସ୍ତରରେ ଦୁର୍ବଳ ହୋଇ ଯାଆନ୍ତି ପ୍ରେମୀ

ଲାଇଫଷ୍ଟାଇଲ: ପ୍ରେମ, ଜୀବନକୁ ଯେତିକି ସୁନ୍ଦର ବନାଏ, ସେତିକି ଖୁସି ବି ଭରିଦିଏ । ପ୍ରେମରେ ପଡିଲେ ରଙ୍ଗୀନ ଲାଗେ ସାରା ଦୁନିଆ । ଗଛ, ପତ୍ର, ନଦୀ, ଝରଣା ସବୁ ଗୋଲାପୀ ଗୋଲାପୀ ଲାଗେ । ପାଖରେ ପ୍ରେମ ଥିଲେ ଅନେକ ଅସମ୍ଭବ କାମ ବି କରିବା ପାଇଁ ମନକୁ ଆସେ ସାହସ । କୁହାଯାଏ ପ୍ରେମରେ ସବୁ ସମ୍ଭବ । ପ୍ରେମ ସମ୍ପର୍କ ସଫଳ ହେଲେ ସତେ ଯେମିତି ଜୀବନ ମହକି ଉଠେ । କିନ୍ତୁ ପ୍ରେମର ଭୟଙ୍କର ରୂପ ସେତେବେଳେ ଦେଖାଦିଏ, ଯେତେବେଳେ ପ୍ରେମରେ ମିଳେ ବିଫଳତା । ସମ୍ପର୍କରେ ସୃଷ୍ଟି ହୁଏ ଫାଟ । ଏଭଳି ପରିସ୍ଥିତିରୁ ବାହାରିବା ଅସମ୍ଭବ ହୋଇପଡେ । ପ୍ରେମ ଆଉ ସମ୍ପର୍କର ସୂତାଖିଅରେ ଛନ୍ଦି ହୋଇ ପଡେ ଗୋଟିଏ ପାଗଳ ପ୍ରେମୀ । ବାହାରିବା ପାଇଁ ରାସ୍ତା ପାଏନି କି କେବେ ବିଶ୍ୱାସ କରି ପାରେନି ଜୀବନ ସାଥି ଦେଇଥିବା ଧୋକା ।

Alcoholic neuropathy: Causes, symptoms, and treatment

 

ଏକ ରିପୋର୍ଟ ଅନୁଯାୟୀ, ପ୍ରେମରେ ବିଫଳତା ପରେ ପୁରୁଷମାନେ ସବୁଠୁ ବେଶୀ ଯନ୍ତ୍ରଣା ଅନୁଭବ କରନ୍ତି ବୋଲି ଜଣାଯାଇଛି । କେବଳ ସେତିକି ନୁହେଁ ମାନସିକ ଦୁଶ୍ଚିନ୍ତା ବଢିବା ସହ ଆତ୍ମହତ୍ୟାର ମଧ୍ୟ ଉଦ୍ୟମ କରନ୍ତି ପୁରୁଷ । ପ୍ରେମରେ ବ୍ରେକଅପ ପରେ ପୁରୁଷମାନେ ମାନସିକ ସ୍ତରରେ ଦୁର୍ବଳ ହୋଇ ଯାଆନ୍ତି । ଏହା ବ୍ୟତୀତ ବ୍ରେକଅପ ପରେ ଉଦାସ ବା ନିରାଶ ହୋଇ ପଡିତିବା ପୁରୁଷମାନଙ୍କ ଭିତରେ କ୍ରୋଧ, ଚିଡିଚିଡାପଣ, ଅବଶୋଷ ଏବଂ ଲଜ୍ଜା ଭଳି ଅନେକ ଲକ୍ଷଣ ମଧ୍ୟ ଦେଖାଯାଏ । ଏହିସବୁ ଚିନ୍ତାରୁ ରକ୍ଷା ପାଇବା ପାଇଁ ଏମାନେ ମଦ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟକୁ ମଧ୍ୟ ଆଦରି ନେଇଥାନ୍ତି । ତେବେ କିଛି ପୁରୁଷ ନିଜକୁ ବ୍ୟସ୍ତ ରଖି ଏହି ସମସ୍ୟାରୁ ବାହାରିବା ପାଇଁ ଉପାୟ ଖୋଜନ୍ତି । ବହି ପଢିବା, ବ୍ୟାୟାମ କରିବା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖି ଜୀବନ ସାଥିକୁ ଭୁଲିବା ପାଇଁ ଚେଷ୍ଟା କରନ୍ତି । କିନ୍ତୁ ଅନେକ ସ୍ଥାନରେ ଏସବୁରୁ ଦୂରେଇ ନ ପାରି ଆତ୍ମହତ୍ୟା ଭଳି ଏକ ଚରମ ପଦକ୍ଷେପ ନେବାକୁ ପଛାନ୍ତି ନାହିଁ ।

Get real time updates directly on you device, subscribe now.