ସିକ୍କିମ ଟ୍ରାଜେଡ଼ି: ନିଖୋଜ ବିଜେପି ନେତ୍ରୀଙ୍କର ଏଯାଏଁ ମିଳିନି ପତ୍ତା, ପରିବାରର 4 ଜଣ ନିଖୋଜ
ସିକ୍କିମରେ ଟୁରିଷ୍ଟ ଗାଡ଼ି ଟ୍ରାଜେଡି ଘଟଣା। ନିଖୋଜ ବିଜେପି ନେତ୍ରୀଙ୍କର ଏଯାଏଁ ମିଳିନି ପତ୍ତା । ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ସହ ପରିବାରର 4 ଜଣ ନିଖୋଜ ଅଛନ୍ତି ।
ଯାଜପୁର: ସିକ୍କିମରେ ଟୁରିଷ୍ଟ ଗାଡ଼ି ଟ୍ରାଜେଡି ଘଟଣା। ନିଖୋଜ ବିଜେପି ନେତ୍ରୀଙ୍କର ଏଯାଏଁ ମିଳିନି ପତ୍ତା । ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ସହ ପରିବାରର 4 ଜଣ ନିଖୋଜ ଅଛନ୍ତି । ଇତିଶ୍ରୀଙ୍କ ସହ ତାଙ୍କ ବଡ଼ ପୁଅ ଓ ଭାଇଭାଉଜ ନିକୋଜ ଥିବା ଜଣାପଡ଼ିଛି । ଉଦ୍ଧାର କାର୍ଯ୍ଯରେ ଓଡ଼ିଶାର ଏକ ରେସକ୍ୟୁ ଟିମ୍ ସାମିଲ ରହିଛି ।
ପ୍ରକାଶଥାଉକି, ଗୁରୁବାକ ସିକ୍କିମର ହିଲ୍ ଟପ୍କୁ ବୁଲିବାକୁ ଯାଇଥିବା ବେଳେ ଗାଡ଼ି ଭାରସାମ୍ୟ ହରାଇ ହଜାର ଫୁଟ ତଳ ତିସ୍ତା ନଦୀକୁ ଖସିପଡ଼ିଥିଲା। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶକ୍ରମେ ପରିବହନ ବିଭାଗର ଦୁଇ ବରିଷ୍ଠ ଅଧିକାରୀ ଗ୍ୟାଙ୍ଗଟକରେ ପହଞ୍ଚିଛନ୍ତି । ସେମାନେ ହେଲେ ଅତିରିକ୍ତ ପରିବହନ କମିଶନର ଦିପ୍ତୀରଞ୍ଜନ ପାତ୍ର ଓ ଯୁଗ୍ମ ପରିବହନ କମିଶନର ବିକାଶ ଚୌଧୁରୀ । ଚିକିତ୍ସାଧୀନ ଥିବା ଦୁଇ ଓଡ଼ିଆ ନାବାଳକଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ଏହି ଦୁଇ ବରିଷ୍ଠ ଅଧିକାରୀ ।
ସୂଚନା ଅନୁସାରେ, ଉତ୍ତର ସିକ୍କିମର ମଙ୍ଗନ ଜିଲ୍ଲା ଚୁବୋମ୍ବୁ ନିକଟରେ ହଜାରେ ଫୁଟ୍ ତଳକୁ ତୀସ୍ତା ନଦୀରେ ଖସିପଡ଼ିଥିଲା 11 ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଗାଡ଼ି। ସେଥିରେ ଥିଲେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ଇତିଶ୍ରୀ ଜେନାଙ୍କ ସମେତ ଯାଜପୁର ରୋଡ ଉମାପଦାରୁ ଯାଇଥିବା 6 ଓଡ଼ିଆ ପର୍ଯ୍ୟଟକ। ସମସ୍ତେ ଗୋଟିଏ ପରିବାରର । ସେମାନଙ୍କ ମଧ୍ୟରୁ ୨ ନାବାଳକ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ, ଇତିଶ୍ରୀଙ୍କ ସମେତ ବାକି 4 ଜଣ ଏବେବି ନିଖୋଜ ଅଛନ୍ତି।
ଗତକାଲି ଭୋର ସମୟରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ଇତିଶ୍ରୀଙ୍କ ସାନପୁଅ ସାଇରାଜ ଜେନା ଏବଂ ପୁତୁରା ସ୍ୱୟଂ ସୁପ୍ରତିମ ନାୟକ। ଘଟଣାସ୍ଥଳରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ, ଯେତେ ଖୋଜାଖୋଜି କଲେ ମଧ୍ୟ ଅନ୍ୟମାନଙ୍କ ପତ୍ତା ମିଳିପାରିନାହିଁ ।