ସୋନୁ ନିଗମଙ୍କ ଟାର୍ଗେଟରେ ଧୋନୀ! ସବୁ ପର୍ବ ଶୁଭେଚ୍ଛା ଦେଉଛନ୍ତି, ରାମ ନବମୀ ବେଳକୁ ପାରାଲିସିସ୍ ହେଉଯାଉଛି
ଧୋନୀଙ୍କୁ କଟାକ୍ଷ କଲେ ସୋନି ନିଗମ । ଏକ୍ସରେ ପ୍ରମାଣ ସହିତ କଲେ ପୋଷ୍ଟ ଶେୟାର ।
ମୁମ୍ବାଇ: ଚାଲିଛି ଆଇପିଏଲ୍ ମ୍ୟାଚ୍ । ଯାହାକୁ ନେଇ ଲୋକେ ଏବେ ନିଜ ନିଜ ଟିମରେ ପ୍ରଦର୍ଶନ ପାଇଁ ବେସ୍ ଉତ୍ସାହିତ । ଚେନ୍ନାଇ ସୁପର କିଙ୍ଗସରେ ଖେଳୁଥିବା ଧୋନୀଙ୍କ ପ୍ରଦର୍ଶନ ଗତକାଲି ମ୍ୟାଚରେ ବେଶ୍ ଭଲ ରହିଛି ।
ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ଏବଂ ସିଏସକେ ସପୋର୍ଟର ବେଶ୍ ଉତ୍ସାହିତ ଅଛନ୍ତି । ଏ ଭିତରେ ଧୋନୀଙ୍କୁ ନେଇ ଏକ ଏକ୍ସ ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ପୋଷ୍ଟ କରିଛନ୍ତି ବଲିଉଡର ଜଣାଶୁଣା ଗାୟକ ସୋନୁ ନିଗମ ।
ସୋନୁ ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି, ଧୋନୀ ରାମ ମନ୍ଦିର ଯାଆନ୍ତି ନାହିଁ । ତାଙ୍କ ଟିମ୍ ସ୍ୱାଧୀନତା ଦିବସରେ ପାକିସ୍ତାନକୁ ଶୁଭେଚ୍ଛା ଜଣାଉଛି । ଏହାଛଡ଼ା ଖ୍ରୀଷ୍ଟମାନ ଓ ଇଦରେ ସେମାନେ ଅନ୍ୟପାମନଙ୍କୁ ୱିସ୍ କରିପାରୁଛନ୍ତି । କିନ୍ତୁ ରାମ ନବମୀରେ ଏମାନଙ୍କୁ ପାରାଲିସିସ୍ ହୋଇଯାଏ । ସେଥିପାଇଁ ଆଇପିଏଲରେ ଏମାନଙ୍କ ଅବସ୍ଥା ଖରାପ ।
ସୋନୁ ନିଗମ ତିନିଟି ଫଟୋ ମଧ୍ୟ ଅପଲୋଡ୍ କରିଛନ୍ତି, ଯେଉଁଥିରେ ଚେନ୍ନାଇ ସୁପର କିଙ୍ଗସ୍ ପାକିସ୍ତାନକୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଦେଇଥିବାବେଳେ ଖ୍ରୀଷ୍ଟମାନ ଓ ଇଦ ୱିସ୍ କରିଥିବା ଦେଖିବାକୁ ମିଳିଛି ।
ପୂର୍ବରୁ ଏକାଧିକ ଥର ସୋନୁ ନିଗମ ପଡ଼ିଆରେ ଧୋନୀଙ୍କୁ ନିରାଶାଜନକ ପ୍ରଦର୍ଶନ ପାଇଁ ସମାଲୋଚନା କରିସାରିଛନ୍ତି । ନିକଟରେ କରିଥିବା ରାମନବମୀ ପୋଷ୍ଟରେ ଧୋନୀ କିମ୍ବା ତାଙ୍କ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । କିନ୍ତୁ ସୋନୁଙ୍କୁ ଲୋକଙ୍କ ସମର୍ଥନ ମିଳିଛି ।
Dhoni doesn’t go to the Ram Mandir, his team can wish Pakistan on Independence Day, can extend greetings on Christmas and Eid, but during Ram Navami, inko paralysis ho jata hai.
IPL mein isliye bura haal hai! pic.twitter.com/TH5JHZ5dKP
— Sonu Nigam (@SonuNigamSingh) April 6, 2025