fbpx

‘ଭାଉଜ କବାଟ ଖୋଲ…ଭାଇନା କହିଥିଲେ ଆସିବାକୁ ବୋଲି’; ଏମିତି କହି ଘରେ ପଶିବାକୁ ଉଦ୍ୟମ କରୁଥିଲା ଚୋର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜଧାନୀରେ ଅଭିନବ ଉପାୟରେ ଚୋରି ଉଦ୍ୟମ । ଏକୁଟିଆ ଥିବାର ସୁଯୋଗ ନେଇ ଜଣେ ମହିଳାଙ୍କ ଘରୁ ଚୋରି କରିବାକୁ ଉଦ୍ୟମ କରି ଧରାପଡ଼ିଛି ଦୁର୍ବୃତ୍ତ। ସୂଚନା ଅନୁଯାୟୀ, ଘରେ କେହି ନଥିଲା ବେଳେ ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ଜଣେ ଯବୁବକୁ ଧରି ନିର୍ଧୂମ ଛେଚିଛନ୍ତି ଲୋକ । ଏଥି ସହିତ ଥାନାକୁ ଖବର ଦେଇଥିଲେ ଲୋକ । ହେଲେ ପିସିଆର ପହଞ୍ଚିବା ପୂର୍ବରୁ ବୁଦ୍ଧି ଖଟାଇ ଘଟଣା ସ୍ଥଳରୁ ଚମ୍ପଟ ମାରିଛି ଚୋର ।

ଏଭଳି ଘଟଣା ଘଟିଛି ନୀଳାଦ୍ରି ବିହାର ବୁଦ୍ଧ ପାର୍କ ସମ୍ମୁଖରେ ଥିବା ସିପି ପ୍ଲଟର ଦ୍ଵିତୀୟ ମହଲାରେ । ଏଠାରେ ସ୍ବାମୀ ଓ ୧୦ବର୍ଷର ପୁଅ ରୁହନ୍ତି ଜଣେ ମହିଳା । ଆଜି ସକାଳେ ପୁଅକୁ ସ୍କୁଲରେ ଛାଡି ଅଫିସ ଯାଇଥିଲେ ଉକ୍ତ ମହିଳାଙ୍କ ସ୍ବାମୀ । ଘରେ ଏକା ଥିଲେ ମହିଳା । ଦିନ ସାଢେ ୧୦ଟାରେ ଜଣେ ଦୁର୍ବୃତ୍ତ ଆସି କବାଟ ବଡେଇଲା, କହିଲା ଭାଉଜ କବାଟ ଖୋଲ । କିଏ ବୋଲି ପଚାରି ଥିଲେ ମହିଳା ଜଣଙ୍କ । ଦୁବୃର୍ଭ ଜଣଙ୍କ କହିଥିଲା ଭାଇନା କହିଥିଲେ ଆସିବାକୁ ବୋଲି ।

ମହିଳାଙ୍କ ସନ୍ଦେହ ହେବାରୁ ସେ ତଳ ମହଲାରେ ଥିବା ଲୋକଙ୍କୁ ଫୋନ୍ କରିଥିଲେ । ଫୋନ୍ ପାଇ ତଳେ ରହୁଥ‌ିବା ଜଣେ ମହିଳା ଓ ତାଙ୍କ ପୁଅ ସ୍ଥାନୀୟ ପଡିଶାମାନଙ୍କୁ ଡାକିଥିଲେ । ସମସ୍ତେ ଏକାଠି ହୋଇ ଦୁର୍ବୃତ୍ତକୁ କାବୁ କରିନେଇଥିଲେ । ପଚାରିବାରୁ ସେ ଚୋରି କରିବା ପାଇଁ ଆସିଥିଲା ବୋଲି ମାନିଥିଲା । ଘଟଣାସ୍ଥଳରେ ଲୋକମାନେ ପ୍ରବଳ ଛେଚିବା ସହିତ ଥାନାକୁ ଜଣାଇଥିଲେ । ହେଲେ ପିସିଆର ଭ୍ୟାନ୍ ପହଞ୍ଚିବା ଆଗରୁ ଚୋରଟି ବେହୋସ୍ ହେବାର ଅଭିନୟ କରି ପଡ଼ି ରହିଥିଲା । ଲୋକମାନେ ଭୟରେ ଦୂରେଇ ଯିବାରୁ ଚୋର ଦୌଡ଼ି ଖସି ପଳାଇଥିଲା ।

Get real time updates directly on you device, subscribe now.