fbpx

ଛଟ୍ ପୂଜା ଲାଗି ସାମଗ୍ରୀ କିଣି ଫେରୁଥିଲା ବେଳେ ଦୁର୍ଘଟଣା, ଚାଲିଗଲା ଦାଦା ପୁତୁରାଙ୍କ ଜୀବନ

Advertisement

ସୀତାମାଢି : ଛଟ୍ ମହାପର୍ବ ମଧ୍ୟରେ ବିହାରର ସୀତାମାଢି ଜିଲ୍ଲାରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦାୟକ ଖବର । ଜିଲ୍ଲାର ସୋନବରସା ଅଞ୍ଚଳ କନହୌଲିରେ ଏକ ବାଇକ୍‌କୁ ଅଟୋରିକ୍ସା ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦାଦା ପୁତୁରାଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ପୋଲିସ ସେଠାରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଦେଇଛି । ମୃତଦେହକୁ ପୋଲିସ ପୋଷ୍ଟମର୍ଟମ ପାଇଁ ସୀତାମାଢି ହସ୍ପିଟାଲ ପହଞ୍ଚାଇ ଘଟଣାର ଅନୁସନ୍ଧାନ କରୁଛି ।

ମିଳିଥିବା ସୂଚନା ଅନୁସାରେ ରାମନଗର ହନୁମାନ ଚୌକରେ ରହୁଥିବା ଦୀପକ ପାସୱାନ ନିଜ ପୁତୁରା ରୋହିତଙ୍କ ସହ ଫରଛହିଆ ବଜାରରୁ ଛଟ ପୂଜା ସାମଗ୍ରୀ କିଣି ଫେରୁଥିଲେ । ଏହି ସମୟରେ ରାମନଗର ଫରଛହିଆ ରାସ୍ତାରେ ଅଟୋ ରିକ୍ସା ସହ ବାଇକ୍ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଏତେ ଭୟାବହ ଥିଲା ଘଟଣାସ୍ଥଳରେ ଦାଦା ପୁତୁରାଙ୍କର ମୃତ୍ୟୁ ହୋଇଥିଲା । ଦୁଇଟି ଗାଡି ମଧ୍ୟ ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଛଟ୍ ପର୍ବ ସମୟରେ ଏହିଭଳି ଏକ ଦୁଃଖଦ ଘଟଣା ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ଦାଦା ଦୀପକ ପାସୱାନ ତାମିଲନାଡୁରେ ସିଲାଇ କାମ କରନ୍ତି । ଛଟ ପୂଜା ଲାଗି ସେ ଘରକୁ ଆସିଥିଲେ । ପୁତୁରା ସହ ପୂଜା ସାମଗ୍ରୀ ଧରି ଘରକୁ ଫେରୁଥିବା ବେଳେ ଏପରି ଦୁର୍ଘଟଣା ଘଟିଥିଲା । ତେବେ ପୋଲିସ କହିଛି ଦୁଇ ଗାଡିର ସ୍ପିଡ୍ ବହୁତ ଅଧିକ ଥିବାରୁ ଏପରି ଭୟାବହ ଦୁର୍ଘଟଣା ଘଟିଛି ।

Get real time updates directly on you device, subscribe now.