fbpx

ଅଧିକ ସମୟ ବସୁଛନ୍ତି କି ? ମାଂସପେଶୀକୁ କରିପାରେ ଦୁର୍ବଳ…

Advertisement

ଆଜିକାଲିର ବ୍ୟସ୍ତବହଳ ଜୀବନରେ ଅଧିକାଂଶ ଲୋକମାନଙ୍କ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ବ୍ୟତିକ୍ରମ ଦେଖା ଦେଇଛି । ସମସ୍ତେ କର୍ମଜିବୀ ହୋଇଥିବାରୁ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ଭୁଲି ଯାଉଛନ୍ତି । କର୍ମକ୍ଷେତ୍ରରେ ଅଧିକ ସମୟ ଅତିବାହିତ କରୁଛନ୍ତି । ପ୍ରାୟ କାର୍ଯ୍ୟାଳୟରେ ଲୋକମାନେ ଅଧିକ ସମୟ ପର୍ଯ୍ୟନ୍ତ କମ୍ପ୍ୟୁଟର ସାମ୍ନାରେ ବସି ରହିଥାନ୍ତି । ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।
ବିଶେଷଜ୍ଞମାନଙ୍କ କହିବାନୁଯାୟୀ ଅଧିକ ସମୟ ପର୍ଯ୍ୟନ୍ତି ବସି କାମ କରିବା ଦ୍ୱାରା ଆମ muscoskeletal system ଉପରେ ପ୍ରଭାବ ପକାଇଥାଏ । ଏହା ଦ୍ୱାରା ଆମ ବେକ, କାନ୍ଧ ଏବଂ ତଳ ପିଠିର ମାଂସପେଶୀରେ କଠିନତା ସୃଷ୍ଟି କରିପାରେ । ଏହା ମାଂସପେଶୀର ବିକାଶରେ ବାଧା ଦେବା ସହ ଏବଂ ରକ୍ତ ସଞ୍ଚଳନକୁ ହ୍ରାସ କରିଥାଏ । କେବଳ ଏତିକି ନୁହେଁ ଏହା ଗୋଡ଼ ଏବଂ ନିତମ୍ବର ମାଂସପେଶୀ ଦୁର୍ବଳ କରିବା ସହ ସଙ୍କୁଚିତ କରିଥାଏ ।
ତେବେ ଆସନ୍ତୁ ଜାଣିବା ଆମକୁ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ :

– ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ମୁଦ୍ରାରେ ବସିବା ଦ୍ୱାରା ଅଣ୍ଟା, ପିଠି ଓ ନିତମ୍ବ(Hip)ର ମାଂସପେଶୀ ସଙ୍କୁଚିତ ହୋଇଥାଏ । ଏହା ମେରୁଦଣ୍ଡ ଉପରେ ପ୍ରଭାବ ପକାଇବା ସହ ସ୍ପାଇନାଲ ଡିସ୍କ୍ ଉପରେ ଚାପ ବୃଦ୍ଧି କରିଥାଏ ।

– ଅଧିକ ସମୟ ପର୍ଯ୍ୟନ୍ତ ବସି ରହିଲେ ଶରୀରରେ ମେଦ ବୃଦ୍ଧି ପାଇଥାଏ ଯଦ୍ୱାରା ଆମେ ଅଳସୁଆ ଅନୁଭବ କରିଥାଉ ଓ ଶୀଘ୍ର ଥକି ଯାଉ ।

– ଚିନ୍ତା ଏବଂ ଚାପଗ୍ରସ୍ତ ବୃଦ୍ଧି ପାଇଥାଏ ଯାହା ମାନସିକ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । ତେଣୁ ନିଜକୁ ଚାପ ମୁକ୍ତ ରଖିବା ପାଇଁ ମଝିରେ ମଝିରେ ଖୋଲା ହାୱାରେ ଚଲାବୁଲା କରିବା ଉଚିତ ।

– ଏକ ନୂତନ ଅଧ୍ୟୟନରୁ ପ୍ରକାଶ ଯେ ଅତ୍ୟାଧିକ ବସିବା ଫୁସଫୁସ, ଗର୍ଭାଶୟ ଏବଂ କୋଲନ୍ କର୍କଟ ରୋଗର ଆଶଙ୍କାକୁ ବୃଦ୍ଧି କରିଥାଏ ।

Get real time updates directly on you device, subscribe now.