fbpx

ମଣିପୁର ଘଟଣାରେ ଛଅ ଜଣ ଗିରଫ

ନୂଆଦିଲ୍ଲୀ: ଗତ ୧୯ ତାରିଖରେ ଭାଇରାଲ ହୋଇଥିବା ମଣିପୁରର ଭିଡିଓକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଜାରି ରହିଛି । ଦୁଇଜଣ ମହିଳାଙ୍କୁ ନିବସ୍ତ୍ର କରି ସର୍ବସାଧାରଣ ସ୍ଥାନରେ ଚଲାଇବା ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି । ଏଥିସହିତ ଏହି ଘଟଣା ସହ ଜଡ଼ିତ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ହେଉଛି । ଯଦି କେନ୍ଦ୍ର କି ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ସୁପ୍ରିମକୋର୍ଟ ଚେତାବନୀ ଦେଇଥିଲେ ।

ତେବେ ମଣିପୁର ମହିଳାଙ୍କୁ ନିର୍ବସ୍ତ୍ର କରି ପରେଡ କରାଇବା ଘଟଣାରେ ଆଜି ଆଉ ୨ ଜଣ ଗିରଫ ହୋଇଛନ୍ତି । ଏହା ପୂର୍ବରୁ ଆଜି ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ପୁଣି ଜଣେ ଗିରଫ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ପୂର୍ବରୁ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ୨ ଜଣଙ୍କୁ ଗିରଫ କରିଛି । ପୋଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ମେ ମାସ ୪ ତାରିଖରେ ରାଜ୍ୟର କଙ୍ଗପୋକପୀ ଜିଲ୍ଲାରେ ଏହି ଘଟଣା ଘଟିଥିଲା । ଏହି ଘଟଣାରେ ମାମଲା ଦାୟର କରାଯାଇଥିଲେ ହେଁ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା । ଏପରିକି ଏହି ଲଜ୍ଜାଜନକ ଘଟଣା ଘଟିବା ସମୟରେ ପୋଲିସ ସେଠାରେ ଉପସ୍ଥିତ ଥିବା ନେଇ ମଧ୍ୟ ଅଭିଯୋଗ ହେଉଛି । ଦୀର୍ଘ ଅଢ଼େଇ ମାସ ଧରି ମଣିପୁର ଜଳୁଥିବା ବେଳେ ଏ ପର୍ଯ୍ୟନ୍ତ ଥମିବାର ନାଁ ଧରୁନାହିଁ । ହତ୍ୟା, ଲୁଟ୍, ଘର, ଶିକ୍ଷାନୁଷ୍ଠାନ ସବୁ ଜଳିପୋଡ଼ି ଛାରଖାର ହେବାରେ ଲାଗିଛି । ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ଉପରେ ଆଇପିସିର ଧାରା ୩୦୨, ୩୭୬ ଡି, ୩୫୪, ୩୨୬ ଲାଗିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.