fbpx

ବସ୍ ଓଲଟି ୬ ଯାତ୍ରୀ ଆହତ: ଗାଈକୁ ବଞ୍ଚାଇବା ବେଳେ ଘଟିଲା ଅଘଟଣ

ବସ୍ ଓଲଟି ୬ ଯାତ୍ରୀ ଗୁରୁତର ଆହତ । ବସ ଚାଲୁଥିବା ବେଳେ ହଠାତ୍ ଏକ ଗାଈ ରାସ୍ତା ମଝିକୁ ପସିଆସିଥିଲା । ଆଉ ଗାଈକୁ ବଞ୍ଚାଇବାକୁ ଯାଇ ପ୍ରୟାସ କରିବା ବେଳେ ଭାରସାମ୍ୟ ହରାଇ ବସଟି ରାସ୍ତାକଡ଼କୁ ଓଲଟିପଡ଼ିଥିଲା ଫଳରେ ୬ ଯାତ୍ରୀ ଗୁରୁତର ଭାବରେ ଆହତ ହୋଇଛନ୍ତି । ଧାମନଗର ଥାନା ପଳିକିରି ନିକଟରେ ଘଟିଛି ଏହି ଦୁର୍ଘଟଣା । ବସଟି ଧାମନଗରରୁ ୩୦ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଆସୁଥିବାବେଳେ ଏହି  ଦୁର୍ଘଟଣା ଘଟିଛି । ତେବେ ଆହତ ଯାତ୍ରୀଙ୍କୁ ଧାମନଗର ମେଡିକାଲରେ ଭର୍ତ୍ତିକରାଯାଇଥିବାବେଳେ ଉଦ୍ଧାର କାର୍ଯ୍ୟ ଉଦ୍ୟମ ଜାରି ରହିଛି ।

ସେପଟେ ପୋଲସରାରେ ମଧ୍ୟ ବସ୍-ହାଇୱା ମୁହାଁମୁହିଁ ଧକ୍କା ଯୋଗୁଁ ୭ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ବସଟି ତାରାତାରିଣୀ ମନ୍ଦିର ଦର୍ଶନ ସାରି ଫେରୁଥିବାବେଳେ ମନ୍ଦିର ପାହାଡ଼ ରାସ୍ତାରେ ଦୁର୍ଘଟଣା ହୋଇଥିଲା ତେବେ ସମସ୍ତଙ୍କ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.