fbpx

ପୋଲିସ ଷ୍ଟେସନରେ ପହଞ୍ଚିଲା ୬ ବର୍ଷର ବାଳକ, ଅଫିସରଙ୍କ ପାଖରେ ଏଭଳି କଲେ ଅଭିଯୋଗ: ଦେଖନ୍ତୁ ଭିଡିଓ…

ଅଧିକାଂଶ ଭାରତୀୟ ସହରରେ ଟ୍ରାଫିକ୍ ଜାମ୍ ବଡ଼ ସମସ୍ୟା ମଧ୍ୟରୁ ଗୋଟିଏ । ଟ୍ରାଫିକରେ ଫସି ରହିବା ନା କେବଳ ବୟସ୍କ ବରଂ ପିଲାଙ୍କ ପାଇଁ ମଧ୍ୟ ଭୟାନକ । ହେଲେ ଏବେ ଟ୍ରାଫିକ୍ ସମସ୍ୟାକୁ ନେଇ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଯେଉଁଠାରେ ଗୋଟିଏ ୬ ବର୍ଷର ବାଳକ ଟ୍ରାଫିକ୍ ସମସ୍ୟାକୁ ନେଇ ପୋଲିସ ଷ୍ଟେସନରେ ପହଞ୍ଚିଥିଲା । ଆଉ ଟ୍ରାଫିକ୍ ସମସ୍ୟା ବିଷୟରେ ପୋଲିସ ଅଧିକାରୀ ଅଭିଯୋଗ କରିଥିଲା । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ୟୁକେଜିରେ ପଢ଼ୁଥିବା ଏହି ବାଳକଟି ଗୁରୁବାର ଚିତ୍ତୁର ଜିଲ୍ଲାର ପାଲମନେରରେ ସ୍ଥାନୀୟ ପୋଲିସ ଷ୍ଟେସନରେ ନିଜର ଅଭିଯୋଗ କରିବାକୁ ଯାଇଥିଲେ । କାର୍ତ୍ତିକେୟ ନାମକ ଏହି ବାଳକଟି ପାଲମନେର ସର୍କଲ ଇନ୍ସପେକ୍ଟର ଏନ ଭାସ୍କରଙ୍କୁ କହିଥିଲା ଯେ ନାଳ କାମ ଯୋଗୁଁ ରାସ୍ତା ଖୋଳାଯାଇଛି ଏବଂ ଟ୍ରାକ୍ଟର କାରଣରୁ ଟ୍ରାଫିକ୍ ବଢ଼ୁଛି ଏହାର ସମାଧାନ କରନ୍ତୁ । ଆଉ ଛୋଟ ପିଲାଟିର ଏହି ବୁଦ୍ଧିକୁ ପ୍ରଂଶସା କରିଥିଲେ ଏବଂ ଏହି ଘଟଣାରେ ଅଧିକାରୀଙ୍କୁ ଘଟଣା ସ୍ଥଳ ପରିଦର୍ଶନ କରିବାକୁ କହିଥିଲେ ପୋଲିସ୍ କର୍ମୀ ।

ପିଲାଟିର ନିରୀହତା ଏବଂ ଆତ୍ମବିଶ୍ୱାସ ପୋଲିସ ଅଧିକାରୀଙ୍କୁ ବେଶ୍ ପ୍ରଭାବିତ କରିଥିଲା ଏବଂ ପୋଲିସ ଅଫିସର ପିଲାଟିକୁ ଘଟଣା ସମାଧାନ ପାଇଁ କଥା ମଧ୍ୟ ଦେଇଥିଲେ । ଏନ.ଭାସ୍କର ପିଲାଟିକୁ ତାଙ୍କର ଫୋନ ନମ୍ବର ଦେଇଥିଲେ ଏବଂ ଭବିଷ୍ୟତରେ ଯଦି ଏଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ତାଙ୍କୁ ଫୋନ କରିବାକୁ କହିଛନ୍ତି ।

 

Get real time updates directly on you device, subscribe now.