fbpx

ଖରସ୍ରୋତାରୁ ମିଳିଲା ୬ଷ୍ଠ ମୃତଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖରସ୍ରୋତା ନଦୀରେ ଘଟିଯାଇଥିବା ଅଘଟଣରେ ଗୋଟିଏ ପରେ ଗୋଟିଏ ମୃତଦେହ ଉଦ୍ଧାର ହେବାରେ ଲାଗିଛି । ତେବେ ଆଜି ସକାଳୁ ଆଉ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏହାଫଳରେ ମୃତକଙ୍କ ସଂଖ୍ୟା ୬ରେ ପହଞ୍ଚି ଯାଇଛି । ଗତକାଲି ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖ ଦିନ ଯାଜପୁର ଜିଲ୍ଲା ବଡ଼ସୁଆର ନିକଟବର୍ତ୍ତୀ ଖରସ୍ରୋତା ନଦୀକୁ ୭ ଜଣ ଯୁବକ ଗାଧୋଇବାକୁ ଯାଇଥିବା ସମୟରେ ନଦୀର ସ୍ରୋତରେ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରେ ବନ୍ଧମୁଣ୍ଡ ଗାଁର ରଶ୍ମିରଞ୍ଜନ ଜେନା, କରଣ ଜେନା, କୃଷ୍ଣ ଜେନା, ଶୁଭମ୍ ଜେନା, ଅମିତ ଜେନା, ଜାଲପୁରର ବିଶ୍ୱଜିତ ଜେନା ଓ ଯାଜପୁରର ସମ୍ବିତ ଜେନା ରହିଥିଲେ । ଗାଁ ଲୋକେ ଅମିତଙ୍କ ଉଦ୍ଧାର କରିଥିବା ବେଳେ ଅଗ୍ନିଶମ ବାହିନୀ ପୃଥକ ପୃଥକ ଭାବେ ୫ଟି ମୃତଦେହ ଉଦ୍ଧାର କରିଥିଲା ।

Get real time updates directly on you device, subscribe now.