fbpx

OCA ଛାଡ଼ିଲେ ଶୁଭ୍ରାଂଶୁ ସେନାପତି: ଓଡ଼ିଶା ପାଇଁ ଖେଳିବେନି ଦଳର ଅଧିନାୟକ

ଭୁବନେଶ୍ୱର: ଓଡ଼ିଶା କ୍ରିକେଟ ଆସୋସିଏସନ୍ ପାଇଁ ଆସିଛି ଏକ ବଡ଼ ଖବର । ଓଡ଼ିଶା କ୍ରିକେଟ ଟିମ୍ ଅଧିନୟକ ଶୁଭ୍ରାଂଶୁ ସେନାପତିଙ୍କୁ ହରାଇଛି ଓସିଏ । ଏଣିକି ଆଉ ଓଡ଼ିଶା ପାଇଁ କେଳିବେ ନାହିଁ ଶୁଭ୍ରାଂଶୁ । ଓଡ଼ିଶା କ୍ରିକେଟ ଦଳର ଅଧିନାୟକ ଦାୟିତ୍ୱରେ ଥିବା ଶୁଭ୍ରାଂଶୁ ଏବେ ଓସିଏରୁ ବିଦାୟ ନେଇଛନ୍ତି । ଓସିଏ ଛାଡ଼ିବା ପାଇଁ ସେ ଆବେଦନ କରିଥିବା ବେଳେ ତାଙ୍କୁ ଏନଓସି ପ୍ରଦାନ କରିଛି ବୋର୍ଡ । ତେବେ ଓଡ଼ିଶା ଦଳ ଛାଡ଼ିବା ପରେ ସେ କେଉଁ ରାଜ୍ୟରୁ ଖେଳିବେ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । କିନ୍ତୁ ଆଗା ମୀ ଦିନରେ ସେ ମଧ୍ୟପ୍ରଦେଶ ପକ୍ଷରୁ କ୍ରିକେଟ ଖେଳିପାରନ୍ତି ବୋଲି ଅନୁମାନ କରାଯାଉଛି । ଏହାପୂର୍ବରୁ ଓଡ଼ିଶା ଛାଡ଼ିବା ପାଇଁ ସେ ନିଜ କ୍ରିକେଟ ଆସୋସିଏସନକୁ ଆବେଦନ କରିଥିଲେ । ଶୁଭ୍ରାଂଶୁଙ୍କ ଏହି ଆବେଦନକୁ ଓସିଏ ମଧ୍ୟ ଏନଓସି ପ୍ରଦାନ କରିଛି । ଏହାପରେ ସେ ଆଗକୁ ଆଉ ଓଡ଼ିଶା ଦଳରେ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି ।

Get real time updates directly on you device, subscribe now.