fbpx

ସମସ୍ତ ମୁକୁଳା ଡ୍ରେନରେ ପଡ଼ିବ କି ସ୍ଲାବ୍? ବୈଠକରେ ନିଆଗଲା ଏହି ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସମେତ ସମସ୍ତ ସହରାଞ୍ଚଳର ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ । ଏନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି । ମୁକୁଳା ଡ୍ରେନରେ ସ୍ଲାବ ପଡ଼ିବା ପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ କରାଯିବା ସହ ଡ୍ରେନ ଉପରେ ଜବରଦଖଲ ଉଚ୍ଛେଦ ହେବ ।

ତେବେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ବିଧାୟକ ମହମ୍ମଦ ମୋକିମ, ଅମର ଶତପଥୀ, ନଗର ଉନ୍ନୟନ ସଚିବ ଓ ଅଧିକାରୀ ସାମିଲ ହୋଇଥିଲେ । ସହରାଞ୍ଚଳରେ ଡ୍ରେନେଜ ସମସ୍ୟା ନେଇ ଏହି ବୈଠକ ବସିଥିଲା ।

Get real time updates directly on you device, subscribe now.