fbpx
BSKY SKY
BSKY SKY

୯ ତାରିଖରୁ ହେବ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ

BSKY

ଭୁବନେଶ୍ୱର: ଲର୍ଣ୍ଣିଂ ଲାଇସେନ୍ସ ବା ଏଲଏଲ ପାଇଁ ଯେଉଁମାନେ ପୂର୍ବରୁ ଆବେଦନ କରିଥିଲେ ସେମାନେ ଆସନ୍ତା ୯ ତାରିଖରୁ ସ୍ଲଟ ବୁକିଂ କରିପାରିବେ । ଏନେଇ ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି । ୯ ତାରିଖ ଦିନ ୧୧ଟାରୁ ଏହି ସ୍ଳଟ ବୁକିଂ କରାଯିବ । ଯେଉଁମାନେ ସ୍ଲଟ ବୁକିଂ କରିବେ ସେମାନେ ୧୧ ତାରିଖଠାରୁ ପରୀକ୍ଷା ଦେଇପାରିବେ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି ।

licenseକରୋନା ମହାମାରୀର ଦ୍ୱିତୀୟ ଲହରର ସଂକ୍ରମଣକୁ ଦୃଷ୍ଟିରେ ରଖି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନକୁ ବନ୍ଦ କରି ଦିଆଯାଇଥିଲା । ଯେଉଁମାନେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ କରି ସାରିଥିଲେ କିନ୍ତୁ ସ୍ଲଟ ବୁକିଂ କରିନଥିଲେ ସେମାନେ ଆଉ ସ୍ଲଟ ବୁକିଂ କରିପାରିବେ ନାହିଁ ବୋଲି କଟକଣା ଲାଗୁ କରାଯାଇଥିଲା । ସେହିପରି ଯେଉଁମାନେ ସ୍ଲଟ ବୁକିଂ କରି ସାରିଥିଲେ ତାହାକୁ ସ୍ଥଗିତ ରଖାଯାଇଥିଲା ।

ଏବେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ପୁଣି ଥରେ ସ୍ଲଟ ବୁକିଂ ପାଇଁ ଅନୁମତି ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ଯେଉଁମାନେ ଏଲଏଲ୍ ସ୍ଲଟ ପାଇଁ ପୂର୍ବରୁ ଟଙ୍କା ଜମା କରିଥିଲେ ତାହା ଏବେ ବୈଧ ହୋଇଯାଇଛି । ଅର୍ଥାତ ସେମାନଙ୍କୁ ଏବେ ସ୍ଲଟ ବୁକିଂ କରିବାବେଳେ ଆଉ ଜମା ଅର୍ଥ ଦେବାକୁ ପଡ଼ିବ ନାହିଁ । ଯେଉଁମାନେ ପୂର୍ବରୁ ଏଲଏଲ୍ ସ୍ଲଟ ପାଇଁ ଆବେଦନ କରିଥିଲେ ସେହିମାନେ କେବଳ ସ୍ଲଟ୍ ବୁକିଂ କରିପାରିବେ ବୋଲି କୁହାଯାଇଛି । ବର୍ତ୍ତମାନ ନୂଆ ସ୍ଲଟ ପାଇଁ ଆବେଦନ କରାଯାଇପାରିବ ନାହିଁ । ପରବର୍ତ୍ତୀ ସମୟରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ ।

Get real time updates directly on you device, subscribe now.