fbpx

ପିଲାଙ୍କୁ ସ୍ମାର୍ଟ କରିବାକୁ ଚାହୁଁଛନ୍ତି କି? ଛୋଟ ବେଳରୁ ହିଁ ଶିଖାନ୍ତୁ ଏହିସବୁ କଥା

ଓଡ଼ିଶା ଭାସ୍କର ବ୍ୟୁରୋ: ସବୁ ବାପା-ମାଆ ଚାହାନ୍ତି ଯେ, ସେମାନଙ୍କ ପିଲା ସ୍ମାର୍ଟ ହୁଅନ୍ତୁ । ତେଣୁ ସେମାନେ ପିଲା ଜନ୍ମ ହେବାପରଠାରୁ ହିଁ ପ୍ରୟାସ କରିବା ଆରମ୍ଭ କରିଦିଅନ୍ତି । ତେଣୁ ସବୁଠାରୁ ଭଲ ଉପାୟ ହେଉଛି ଆଖପାଖରେ ଥିବା ଜିନିଷ ସମ୍ପର୍କରେ ପିଲାମାନଙ୍କୁ ଶିଖାନ୍ତୁ । ଯେମିତି ଆପଣ ଯେଉଁ ସବୁ ସ୍ଥାନକୁ ଯାଉଛନ୍ତି, ସେଠାକୁ ପିଲାମାନଙ୍କୁ ନେଇ ଯାଆନ୍ତୁ । ଆଉ ପଚାରନ୍ତୁ ସେହି ସ୍ଥାନରେ ସବୁଠାରୁ ଅଧିକ ଭଲ କଣ ଲାଗିଲା । ଏହାଦ୍ୱାରା ପିଲାମାନେ ଆପଣଙ୍କ ସହିତ ମନ ଖୋଲି କଥା ହୋଇପାରିବେ ।

ତେବେ ଆଜି ଆମେ କିଛି ଟିପ୍ସ ଆପଣ ମାନଙ୍କୁ ଦେବୁ । ଯାହା ଆପଣଙ୍କୁ ଏ ଦିଗରେ ଖୁବ୍ ସାହାଯ୍ୟ କରିବ ।

୧. ଆପଣ ମାନେ ପିଲାମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ କରିପାରିବେ । ଯେମିତିକି ଆପଣ କେଉଁ ସ୍ଥାନକୁ ବୁଲିବାକୁ ଯାଉଛନ୍ତି । ତାହେଲେ ପିଲାମାନଙ୍କୁ ପଚାରନ୍ତୁ ସେହି ସ୍ଥାନରେ ସେମାନଙ୍କୁ ସବୁଠାରୁ ଅଧିକ କଣ ଭଲ ଲାଗିଲା ? କଣ କଣ ଦେଖିଲ? ସେଠାରେ ଥିବା କିଛି ଖାସ୍ ଜିନିଷ ବିଷୟରେ କୁହ? ତୁମେ ସେଠାରେ କଣ ଖାଇଲ? ଏପରି ଅନେକ କିଛି । ଏହିଭଳି ପ୍ରଶ୍ନ କରିବା ଦ୍ୱାରା ପିଲାମାନଙ୍କ ମସ୍ତିସ୍କ ଦ୍ରୁତ ହୋଇଥାଏ । ପଛ ଜିନିକେୁ ସେମାନେ ସହଜରେ ଭୁଲିବେନି ।

୨. ସେହିପରି ଆପଣ ପିଲାମାନଙ୍କୁ ଘରର କାମ ଶିଖାଇ ପାରିବେ ଏବଂ ସେ ବିଷୟରେ କହିପାରିବେ । ଏହାଦ୍ୱାରା ସେମାନେ ସବୁ କରିବାରେ ଆକ୍ଟିଭ୍ ହୋଇପାରିବେ । ଆପଣ ମାନେ ଯେଉଁ ସବୁ କାମ କରୁଛନ୍ତି ସେହି ସବୁ ବିଷୟରେ ପିଲାମାନଙ୍କୁ ବୁଝାନ୍ତୁ । ଉଦାହରଣ ସ୍ୱରୂପ ଆପଣ ରୋଷେଇ କରୁଥିବା ସମୟରେ ପିଲାମାନଙ୍କୁ ଆବଶ୍ୟକୀୟ ଜିନିଷ ଧରିବାକୁ କୁହନ୍ତୁ ଏବଂ ଗୋଟିଏ ପରେ ଗୋଟିଏ ଜିନିଷ ଦେବାକୁ କୁହନ୍ତୁ । ପୁଣିଥରେ ସେହି ସବୁ ସ୍ଥାନରେ ଜିନିଷକୁ ରଖିବାକୁ କୁହନ୍ତୁ । ଏମିତି କରିବା ଦ୍ୱାରା ସେମାନେ ଖୁବ୍ ଶୀଘ୍ର ଜିନିଷ ଗୁଡ଼ିକ ସମ୍ପର୍କରେ ଜାଣିବେ ଏବଂ ଭୁଲିବେ ନାହିଁ ।

୩. ଅନେକ ସମୟରେ ଦେଖିବାକୁ ମିଳେ ଯେ, ପିଲା ମାନେ ଖେଳିବା ପରେ ଖେଳନା ସବୁକୁ ଘରେ ଏଣେ ତେଣେ ପକାଇ ରଖନ୍ତି । ସେଗୁଡିକୁ ମାଆ ଆସି ରଖନ୍ତି । କିନ୍ତୁ ଏପରି ନ କରି ପିଲାମାନଙ୍କୁ ସେମାନଙ୍କ ଜିନିଷ ସଜାଡ଼ି ରଖିବାକୁ କୁହନ୍ତି । ରୁମ୍ ସଫା ରଖିବାକୁ କୁହନ୍ତୁ ଏବଂ ଶିଖାନ୍ତୁ । ଏହା କରିବା ଦ୍ୱାରା ପିଲା ମାନେ ନିଜ ଜିନିଷ ପ୍ରତି ସାବଧାନ ହେବେ ଏବଂ ଧ୍ୟାନ ରଖିବେ ।

Get real time updates directly on you device, subscribe now.