କଟକ ଜିଲ୍ଲାରେ ୧୫ରୁ ୧୮ ବର୍ଷ ବର୍ଗଙ୍କୁ ଟିକା ପାଇଁ ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ସ୍ଲଟ୍ ବୁକିଂ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲା କୋଭିଡ୍ ନୋଡାଲ ଅଫିସର ଉମେଶ ରାୟ । ସ୍ଲଟ୍ ବୁକିଂ କରିଥିବା ୧୫ରୁ ୧୮ ବର୍ଷ ବର୍ଗ ପିଲା କାଲିଠାରୁ ଟିକା ନେବେ ।
ସୂଚନାଯୋଗ୍ୟ, ଜାନୁଆରୀ ୩ ତାରିଖଠାରୁ ସାରା ଦେଶରେ ଶିଶୁଙ୍କୁ ଟିକାକରଣ ପାଇଁ ଘୋଷଣା କରାଯାଇଛି । ଏଥିପାଇଁ ପଞ୍ଜୀକରଣ ମଧ୍ୟ ଆରମ୍ଭ ହୋଇଛି ।
ସେପଟେ ରାଜ୍ୟରେ ରବିବାର ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ୩୭ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା ।