ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ଝିପଝିପ ବର୍ଷା, ୩ ଘଣ୍ଟା ପାଇଁ ସତର୍କ କଲା ପାଣିପାଗ କେନ୍ଦ୍ର
୩ ଘଣ୍ଟା ପାଇଁ ୫ ଜିଲ୍ଲାରେ ବର୍ଷା
ଭୁବନେଶ୍ୱର: ଆଜି ରାଜଧାନୀରେ ସକାଳୁ ସକାଳୁ ବିଜୁଳି ଘଡ଼ଘଡ଼ି ସହ ଝିପିଝିପି ବର୍ଷା ଲାଗି ରହିଛି। ୫ଟି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ନେଇ ଚେତାବନୀ ଦେଲା ପାଣିପାଗ ବିଭାଗ। ଆଗାମୀ ୩ ଘଣ୍ଟା ପାଇଁ ସତର୍କ କରାଇଛି ପାଣିପାଗ କେନ୍ଦ୍ର।
ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: ଢେଙ୍କାନାଳ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର। ହାଲୁକାରୁ ମଧ୍ୟମ ଧରଣର ବର୍ଷାର ପୂର୍ବାନୁମାନ କରାଯାଇଛି।
ରାଜଧାନୀ ବ୍ୟତୀତ ରାଜ୍ୟର ଅନେକ ସ୍ଥାନରେ ଏହି ବର୍ଷା ଦେଖିବାକୁ ମିଳିଛି। ନିମ୍ବଚାପ ରେଖା ପ୍ରଭାବରେ ଏହି ବର୍ଷା ଜାରି ରହିଛି। ଆଜି ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି।