ସରକାର ଦେଲେ ଖୁସି ଖବର, ପୁଣି ୫ ଲକ୍ଷ ଜମାକାରୀଙ୍କୁ ମିଳିବ ଚିଟଫଣ୍ଡ ଟଙ୍କା

କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

ଭୁବନେଶ୍ୱର: ଆସିଲା ଖୁସି ଖବର। ମିଳିବ ଚିଟଫଣ୍ଡ ଟଙ୍କା। କ୍ଷୁଦ୍ର ଜମାକାରୀ ଫେରିପାଇବେ ଚିଟଫଣ୍ଡ ଟଙ୍କା। ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ମିଳିବ ଟଙ୍କା। ଆସନ୍ତା ୩ରୁ ୪ ମାସ ଭିତରେ ଆଉ ୫ ଲକ୍ଷ ଜମାକାରୀଙ୍କୁ ମିଳିବ ଟଙ୍କା। କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ମିଳିବ କହିଲେ ମୁଖ୍ୟମନ୍ତ୍ରୀ। ତେବେ ଏହି ଗୋଟିଏ ବର୍ଷ ଭିତରେ ୧ ଲକ୍ଷ ୨୬ ହଜାର ୧୩୭ କ୍ଷୁଦ୍ର ଜମାକାରୀଙ୍କୁ ମିଳିଛି ଟଙ୍କା।

୪୭.୦୭ କୋଟି ଟଙ୍କା ଫେରସ୍ତ କରିସାରିଛନ୍ତି ସରକାର।  ଆଉ ଏବେ ପୁଣି ଆଉ ୫ ଲକ୍ଷ ଜମାକାରୀଙ୍କୁ ମିଳିବ ଚିଟଫଣ୍ଡ ଟଙ୍କା।  ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

୩ ରୁ ୪ ମାସ ଭିତରେ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ୧୦ ବର୍ଷରେ ୨ ଲକ୍ଷ ୭୯ ହଜାର ୧୦୯ ଜଣଙ୍କୁ ଫେରସ୍ତ ହୋଇଥିଲା ୧୧୯ କୋଟି ଟଙ୍କା।