fbpx

ସାଧାରଣ ଜନତାଙ୍କ ଲାଗି ଖୁସି ଖବର, ସରକାରଙ୍କ ପରିଚାଳିତ ଏହିସବୁ ସଞ୍ଚୟ ଯୋଜନାରେ ବଢିିବ ସୁଧ

ନୂଆଦିଲ୍ଲୀ:ଦେଶର ସାଧାରଣ ଜନତାଙ୍କ ଲାଗି ଏବେ ଖୁସି ଖବର । ସରକାର ବିଭିନ୍ନ କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧହାର ବୃଦ୍ଧି କରିବାକୁ ଯାଉଛନ୍ତି । ଏହିସବୁ କ୍ଷୁଦ୍ର ସଞ୍ଚୟ ଯୋଜନା ମଧ୍ୟରେ ରହିଛି ପିପିଏଫ୍‌, ଏନଏସସି, ସୁକନ୍ୟା ସମୃଦ୍ଧି ଯୋଜନା, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ଓ ଅନ୍ୟାନ୍ୟ ଯୋଜନା । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଆରବିଆଇ ନିକଟରେ ହୋଇଥିବା ମନିଟାରୀ ପଲିସି ବୈଠକରେ ରେପୋ ରେଟ୍ ହାର ସ୍ଥିର ରଖିଛନ୍ତି ।

ଏବେବି ଦେଶରେ ମୁଦ୍ରାସ୍ଫୀତି ଆରବିଆଇର ଧାର୍ଯ୍ୟ ଦର ଠାରୁ ଉପରେ ରହିଛି ଯେଉଁ କାରଣରୁ ବହୁ ସରକାରୀ ଯୋଜନାରେ ମିଳୁଥିବା ସୁଧରେ ପରିବର୍ତ୍ତନ ହୋଇଛି । ଆଗକୁ ସରକାର ପୁଣି କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧରେ ପରିବର୍ତ୍ତନ କରିପାରନ୍ତି । ସେପ୍ଟେମ୍ବର ଶେଷ ସୁଦ୍ଧା ଅର୍ଥାତ୍ ୨୯ ଓ ୩୦ ସେପ୍ଟେମ୍ବରକୁ କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧ ହାରରେ ସଂଶୋଧନ କରାଯିବାର ସମ୍ଭାବନା ରହିଛି ।

କ୍ଷୁୁଦ୍ର ସଞ୍ଚୟ ଯୋଜନା ଅଧୀନରେ ଆସୁଥିବା ସମସ୍ତ ସରକାରୀ ଯୋଜନାରେ ସୁଧ ଗତ ୩୦ ଜୁନ୍ ୨୦୨୩ରେ ସଂଶୋଧନ କରାଯାଇଥିଲା । ସରକାର ପ୍ରତି ୩ ମାସରେ ଥରେ ଏଥିରେ ପରିବର୍ତ୍ତନ କରିଥାନ୍ତି । ମିଡିଆ ରିପୋର୍ଟସରେ କୁହାଯାଇଛି କି ଏହି ୩ ମାସ ସମୟ ସେପ୍ଟେମ୍ବର ଶେଷ ସୁଦ୍ଧା ପୂରଣ ହେବାକୁ ଯାଉଛି । ଏଣୁ ସରକାର ପୁଣି ଏହି ସୁଧ ହାରରେ ପରିବର୍ତ୍ତନ ଆଣିବେ ।

୩୦ ଜୁନ୍‌ରେ କରାଯାଇଥିବା ପରିବର୍ତ୍ତନରେ ସରକାର ୧ ବର୍ଷ ଓ ୨ ବର୍ଷ ଡାକଘର ଟାଇମ୍ ଡିପୋଜିଟ ଲାଗି ସୁଧ ହାର ୧୦ ବେସିସ୍ ପଏଣ୍ଟ ବୃଦ୍ଧି କରିଥିଲେ ଯେଉଁଥିରେ ସୁଧ କ୍ରମଶଃ ୬.୯ ପ୍ରତିଶତରୁ ୭ ପ୍ରତିଶତ କରାଯାଇଥିଲା ।

Get real time updates directly on you device, subscribe now.