Breaking: ସ୍ମାର୍ଟ ହେବ ବଡ଼ଦାଣ୍ଡ… ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ରାସ୍ତାରେ ଖଞ୍ଜାଯିବ AI କ୍ୟାମେରା

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଜଗିବ ଏଆଇ କ୍ୟାମେରା । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଏସପି ।

ଟ୍ରାଫିକ୍ ଓ କ୍ରାଉଡ୍ ମ୍ୟାନେଜମେଣ୍ଟ ପାଇଁ ବଡ଼ଦାଣ୍ଡରେ ଲାଗିବ ଏଆଇ କ୍ୟାମେରା । ଏନଏଚ୍ ଓ ବଡ଼ଦାଣ୍ଡରେ କ୍ୟାମେରା ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଛି ।

ପ୍ରତିବର୍ଷ କୋଟି କୋଟି ଭକ୍ତ ରଥଯାତ୍ରା ଦେଖିବାକୁ ବଡ଼ଦାଣ୍ଡରେ ଜମା ହେଉଥିବାବେଳେ ସେମାନଙ୍କ ଉପରେ ନଜର ରଖିବ ଏହି ସ୍ୱତନ୍ତ୍ର କ୍ୟାମେରା ।

ପ୍ରୟାଗରାଜରେ ଅନୁଷ୍ଠିତ କୁମ୍ଭମେଳାରେ ମଧ୍ୟ ଏଆଇ କ୍ୟାମେରା ଖଞ୍ଜାଯାଇଛି ଯାହା ଫଳରେ ଗହଳି ନିୟନ୍ତ୍ରଣ ହେବା ସହ ସମସ୍ତେ କ୍ୟାମେରା ଫୋକସରେ ରହୁଛନ୍ତି ।