fbpx

(Video) ୟୁଜର୍ସଙ୍କୁ ଘାଇଲା କରୁଛି କୁନି ଝିଅର କ୍ୟୁଟ୍ ସ୍ମାଇଲ: ଦେଖନ୍ତୁ ଭାଇରାଲ ଭିଡିଓ…

Advertisement

କୁହାଯାଏ ପିଲାଙ୍କ ହସରେ କିଛି ଯାଦୁ ଅଛି ଯାହା କାହାର ହୃଦୟକୁ ବି ତରଳାଇଦିଏ । ଛୋଟ ପିଲାଙ୍କ ହସକୁ ଦେଖିଲେ କେହିବି ଖୁସି ଅନୁଭବ କରିଥାଏ । ଛୋଟ ପିଲାଙ୍କ ସେହି ନିରୀହ ହସରେ ଥାଏ ଗୋଟିଏ ସଚ୍ଚୋଟତା, ନଥାଏ କୌଣସି କୃପଣତା । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ପରି ଗୋଟିଏ କୁନି ଝିଅର ହସ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣ ନିଶ୍ଚୟ ଖୁସି ହୋଇଯିବେ ।

ଭିଡିଓ ଦେଖିଲେ ଆପଣ ଆପଣଙ୍କ ପିଲାଦିନକୁ ଝୁରିହେବେ । ଏତେ କ୍୍ୟୁଟ ଦୃଶ୍ୟ ଆପଣ ହୁଏତ କେବେ ଦେଖି ନଥିବେ । କୁନି ଝିଅର ଆଖିକୁ ଚାଲି ଆସିଛି ନିଦ । ଛୁଆଟି କରିବ ବା କଣ ନିଦ ଉପରେ କାହାର ବା କଣ୍ଟ୍ରୋଲ ଅଛି । ତେବେ ଏହି ଭିଡିଓରେ କିଛି ଛୋଟପିଲା ବସି ପାଠ ପଢୁଥିବାର ଦେଖା ଯାଉଛି । ତାରି ଭିତରେ ଏକ କୁନିଝିଅ ବସି ବସି ଢୋଳେଇପଡ଼ୁଛି । ଲାଗୁଛି ଯେମିତି କେତେ ରାତିର ନିଦ ବାକି ଅଛି । ଆଖି ମାଡିପଡୁଛି ଖୋଲିବାର ନାଁ ହିଁ ନେଉନି । ସତରେ କି ଅଚିନ୍ତା ନିଦ ଏ କୁନି ଝିଅକୁ । ତେବେ ତାକୁ ଅନ୍ୟପିଲାମାନେ ଢୋଳଉଥିବାର ଦେଖି ହସୁଛନ୍ତି ।

ଛୁଆଟି ଶୋଇ ଶୋଇ ହଠାତ୍ ପଡ଼ିଯାଉଛି ଆଉ ଯେତେବେଳେ ତା ଆଖି ଖୋଲୁଛି ସେ ବି ଲାଜ କରି ହସି ଦେଉଛି । ଛୁଆଟିର ସେ ଅମୁଲ୍ୟ ହସକୁ ଦେଖି ୟୁଜରସ ଖୁସି ହେଉଛନ୍ତି । ଭିଡିଓକୁ ସେୟାର କରିବା ସହ ଲାଇକ ଓ କମଣ୍ଟସ କରି ନିଜ ପିଲାବେଳର ସ୍ମୃତି ବାଣ୍ଟୁଛନ୍ତି .. ତେବେ ଏହି ଭିଡିଓଟି ଟୁଇଟରେ ପୋଷ୍ଟ ହୋଇଥିବା ବେଳେ “ଜୀବନର ସବୁଠାରୁ ମୂଲ୍ୟବନା ସମୟ ବାଲ୍ୟକାଳ’ ବୋଲି କ୍ୟାପସନରେ ଲେଖାହୋଇଛି । ସତରେ ଛୁଆଙ୍କ ହସର ଦାମ ନାହିଁ ..ଘରେ ଯଦି ଏମିତି କ୍ୟୁଟ ଛୁଆ ଥିବ ତେବେ ସମୟ କେମିତି ପାର ହେଇଯିବ ଜଣା ପଡିବନି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.