fbpx

ICC କ୍ରିକେଟର ଅଫ୍ ଦ ଇୟର: ସ୍ମୃତି ମନ୍ଧାନାଙ୍କୁ ଶ୍ରେଷ୍ଠ ମହିଳା କ୍ରିକେଟର ପୁରସ୍କାର

ନୂଆଦିଲ୍ଳୀ: ଆଇସିସି ପକ୍ଷରୁ କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ପ୍ରଦାନ କରାଯାଇଛି । ଭାରତୀୟ ମହିଳା ଦଳର ଓପନର ସ୍ମୃତି ମନ୍ଧାନାଙ୍କ ନାମ ଶ୍ରେଷ୍ଠ ମହିଳା କ୍ରିକେଟର ଭାବରେ ଘୋଷଣା କରାଯାଇଛି । ୨୦୨୧ ବର୍ଷ ପାଇଁ ସ୍ମୃତିଙ୍କୁ ଶ୍ରେଷ୍ଠ କ୍ରିକେଟର ଭାବରେ ଘୋଷଣା କରାଯାଇଛି । ୨୦୨୧ରେ ମନ୍ଧାନା ୨୨ଟି ମ୍ୟାଚ ଖେଳି ୮୫୫ ରନ ସଂଗ୍ରହ କରିଛନ୍ତି । ଏହି ସମୟରେ ମନ୍ଧାନାଙ୍କ ଆଭରେଜ ୩୮.୮୬ ରହିଥିଲା । ମନ୍ଧାନା ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ବିଗତ ବର୍ଷରେ ଭାରତୀୟ କ୍ରିକେଟ ଦଳର ପ୍ରଦର୍ଶନ ଏତେଟା ଭଲ ନଥିଲେ ହେଁ ମନ୍ଧାନା କିନ୍ତୁ ନିଜର ଚମକ୍ରାର ଫର୍ମର ନିଦର୍ଶନ ଦେଇଥିଲେ ।

୨୦୨୧ରେ ନିଜର ପିଙ୍କ ବଲ ଟେଷ୍ଟ ପଦାର୍ପଣ କରିଥିଲେ ମନ୍ଧାନା । ପିଙ୍କ ବଲ୍ ପଦାର୍ପଣରେ ଚମକ୍ରାର ଶତକ ହାସଲ କରିଥିଲେ ମନ୍ଧାନା । ଏପରିକି ଅଷ୍ଟ୍ରେଲିଆ ବିପକ୍ଷ ଏହି ମୁକାବିଲାରେ ମନ୍ଧାନାଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା । ଏହା ସହିତ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ମଧ୍ୟ ମନ୍ଧାନା ଦମଦାର ପ୍ରଦର୍ଶନ କରିଥିଲେ ।

Get real time updates directly on you device, subscribe now.