fbpx

ସମାଜ ବିକାଶ ପରିଷଦ ଟ୍ରଷ୍ଟ ଓ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର World Photography Day ,ବାଜି ମାରିନେଲେ ସମରେନ୍ଦ୍ର ଦାସ, ସିନେ ଓ ସିରିୟଲ କଳାକାର ସାଜିଲେ ଆକର୍ଷଣ

ଓଡିଶା ଭାସ୍କର: ସମାଜ ବିକାଶ ପରିଷଦ ଟ୍ରଷ୍ଟ ଓ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ‘ୱାଲର୍ଡ ଫଟୋଗ୍ରାଫି ଡେ’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ପରିସରରେ ଏହା ଅନୁଷ୍ଠିତ ହୋଇଛି । ଏଥିରେ ଓଡିଶାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭିସି, ସିୟୁଟିଏମ ଡା. ସୁପ୍ରିୟା ପଟ୍ଟନାୟକ ଯୋଗଦେଇଥିଲେ । ତାହାସହ ପ୍ରଫେସର ଜଗନ୍ନାଥ ପାଢୀ ( ନିର୍ଦ୍ଦେଶକ, ସିୟୁଟିଏମ), ଡ. ବିଶ୍ୱଜିତ ମିତ୍ର, ଡ. ଅଜୟ ନାୟକ ( ପ୍ରୋ. ଭି ସି ) ଓ ସ୍କୁଲ ଅଫ୍ ମିଡିଆ ଆଣ୍ଡ କମୁନିକେସନର ପ୍ରଫେସର ସାବନ କୁମାର ମହାରଣା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହାବାଦ ଅଶୋକ ପାଣିଗ୍ରାହୀ, ତନିଷ୍ଠା ପଣ୍ଡା, ସାର୍ଲେସ୍ ଭୂୟାଁ ପ୍ରମୁଖ ଉପସ୍ଥିତ ରହିବା ସହ ସମାଜ ବିକାଶ ପରିଷଦ ଟ୍ରଷ୍ଟର ଚେୟାରମ୍ୟାନ ମୁକେଶ ରାମ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଓଡିଶାର ଜଣାଶୁଣା ଫଟୋଗ୍ରାଫର ଆଶୁତୋଷ ସାହୁ, ଜଣାଶୁଣା ହୋଷ୍ଟ ସମୀର ରଞ୍ଜନ ଦାସ ଜୁରୀ ଭାବେ ଯୋଗ ଦେଇ ପ୍ରତିଯୋଗିଙ୍କୁ ପରଖିଥିଲେ । ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ସମରେନ୍ଦ୍ର ଦାସ ରହି ପାଞ୍ଚ ହଜାର ଟଙ୍କା ହାତେଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଭିଷେକ ପଣ୍ଡା ରହିଥିଲେ । ତାଙ୍କୁ ପ୍ରାୟ ତିନି ହାଜର ଟଙ୍କାର ପୁରସ୍କାର ରାଶି ମିଳିଥିଲା । ସେହିଭଳି ତୃତୀୟ ସ୍ଥାନରେ ରହି ଶୁଭମ୍ ବୀର ଦୁଇ ହାଜର ଟଙ୍କାର ପୁରସ୍କାର ପାଇଥିଲେ । ଏହାବାଦ ଦଶ ଜଣଙ୍କୁ ସର୍ତ୍ତମୂଳକ ପୁରସ୍କାର ମଧ୍ୟ ଦିଆଯାଇଛି । କାର୍ଯ୍ୟକ୍ରମରେ ଓଡିଆ ଧାରାବାହିକର ଅଭିନେତ୍ରୀ ସୁମନ ପଟ୍ଟନାୟକ, ଓଡ଼ିଆ ସିନେମା ଅଭିନେତ୍ରୀ ଦିବ୍ୟ ମହାନ୍ତି ଓ ‘ଭାଇ’ ସିନେମାର ସମସ୍ତ ଟିମ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ ।

Get real time updates directly on you device, subscribe now.