fbpx

ଜଲଦୀ ଖାଇବା ଚକ୍କରରେ ତଣ୍ଟିରେ ଅଟକିଲା କବାବ୍: ଚାଲିଗଲା ମଡେଲଙ୍କ ଜୀବନ

ନୂଆଦିଲ୍ଲୀ: କବାବ୍ ଖାଇବା ହେଲା କାଳ । ଜଲଦୀ ଜଲଦୀ କବାବ୍ ଖାଇବା ଚକ୍କରରେ ଥାଇଲ୍ୟାଣ୍ଡର ୨୭ ବର୍ଷୀୟ ସୋସିଆଲ ମିଢିଆ ପ୍ରଭାବଶାଳୀ ତଥା ମଡେଲ ଅରିସାରା କାରବଡେଚୋଙ୍କ ମୃତ୍ୟୁ ହୋଇଛି । ମାର୍ଚ୍ଚରେ କବାବ ଖାଇବା ପରେ ମଡେଲଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୨ ମାସ ଲାଇଫ୍ ସପୋର୍ଟରେ ରହିବା ପରେ ଏବେ ତାଙ୍କର ମୃତ୍ୟୁ ହୋଇଛି ।

ମହିଳାଙ୍କ ୫୭ ବର୍ଷ ବୟସ୍କା ମା କହିଛନ୍ତି ଯେ, ଅରିସାରା ଥାଇଲ୍ୟାଣ୍ଡର ପାରମ୍ପାରିକ ଭୋଜନ, ଘୁଷୁରି କବାବ୍ ଓ ଷ୍ଟିକି ରାଇସ୍ ଖାଇବାର ଅଭ୍ୟାସ କରୁଥିଲେ । ଥରେ ସେ ଜଲଦୀ ଜଲଦୀ ଖାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ କବାବରେ ମାଂସଖଣ୍ଡ ଥିଲା, ଯାହାକି ତଣ୍ଟିରେ ଅଟକି ଯାଇଥିଲା । ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ କହିବା ମୁତାବକ, ମେଡିକାଲକୁ ୯ ମିନିଟ୍ ବିଳମ୍ବରେ ଅଣାଯାଇଥିଲା । ଏହି କାରଣରୁ ମସ୍ତଷ୍କ ପର୍ଯ୍ୟନ୍ତ ଅକ୍ସିଜେନ୍ ପହଞ୍ଚିବା ବନ୍ଦ ହୋଇଥିଲା ।

ଦୁଇ ମାସ ଧରି ହସ୍ପିଟାଲରେ ଲାଇଫ୍ ସପୋର୍ଟରେ ରହିବା ପରେ ଜୁନ୍ ୬ ରେ ତାଙ୍କର ମୃତ୍ୟୁ ଘଟିଥିଲା । ୨୦୧୫ ମସିହାରେ ଏହି ମଡେଲ ଜଣକ ୩ ସପ୍ତାହ ମଧ୍ୟରେ ୯ କିଲୋଗ୍ରାମ ଓଜନ କମାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ସେହି ସମୟରେ ଏକ ଡାଏଟ୍ ଫୁଡ୍ କମ୍ପାନୀର ମାଲିକ ତାଙ୍କୁ ଓଜନ ହ୍ରାସ କରିବାକୁ ଏକ ଚ୍ୟାଲେଞ୍ଜ ଦେଇଥିଲେ । ତେବେ ଅନେକ ଲୋକ ମଡେଲଙ୍କ ମୃତ୍ୟୁକୁ ନେଇ ଆଶ୍ଚର୍ଯ୍ୟ ହେବ ସହ ଶ୍ରଦ୍ଧାଞ୍ଜଳି ଦେଉଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.