fbpx

ପ୍ରଥମେ ସାଇକେଲ କିଣିବା ଲାଗି ବ୍ୟାଙ୍କରୁ ନେଇଥିଲେ ଲୋନ୍, ଏବେ ଟ୍ରେନ୍ କିଣିବାକୁ ମାଗୁଛନ୍ତି ୩୦୦ କୋଟି

ନୂଆଦିଲ୍ଲୀ: ପ୍ରାୟ ସମୟରେ ବ୍ୟାଙ୍କ ଗ୍ରାହକମାନେ ଲୋନ୍ ଲାଗି ବ୍ୟାଙ୍କକୁ କଲ୍ କରିଥାନ୍ତି । ଲୋନ୍ ନେବା ଲାଗି ବ୍ୟାଙ୍କ ଗ୍ରାହକକୁ ବହୁୁ ଲୋଭନୀୟ କଥାସବୁ କହିଥାଏ । ଏହାକୁ ନେଇ ବହୁ ଗ୍ରାହକ ବ୍ୟାଙ୍କ ବାଲାଙ୍କ ଉପରେ କ୍ରୋଧାନ୍ୱିତ ହୋଇପଡନ୍ତି ଆହୁରି ବହୁ ଗ୍ରାହକ ବ୍ୟାଙ୍କ କର୍ମଚାରୀଙ୍କ ସହିତ ମଜା କରି ଟାଇମ୍ ପାସ୍ କରିଥାନ୍ତି । ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କ ମଧ୍ୟରେ ବାର୍ତ୍ତାଳାପ ବହୁ ସମୟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥାଏ । ଏବେ ସୋସିଆଲ ମିଡିଆରେ ଏହିପରି ଏକ ମଜାଳିଆ ବାର୍ତ୍ତାଳାପର ଅଡିଓ କ୍ଲିପ୍ ଭାଇରାଲ୍ ହେବାରେ ଲାଗିଛି ।

ଏହି ଅଡିଓ କ୍ଲିପ୍ ରେ ଶୁଣିବାକୁ ମିଳୁଛି ଗ୍ରାହକ ୧ , ୨ କି ୧୦ କୋଟି ନୁହେଁ ବରଂ ଟ୍ରେନ କିଣିବା ଲାଗି ୩୦୦ କୋଟି ଟଙ୍କାର ଋଣ ଦାବୀ କରୁଛି । ଏହି ଡିମାଣ୍ଡ ଶୁଣି ବ୍ୟାଙ୍କ ପ୍ରତିନିଧି ଆଶ୍ଚର୍ଯ୍ୟ ହୋଇ ପଡୁଛନ୍ତି । ଏହି ବାର୍ତ୍ତଳାପ ଏଚଡିଏପସି ବ୍ୟାଙ୍କ ପ୍ରତିନିଧି ଓ ଗ୍ରାହକଙ୍କ ମଧ୍ୟରେ ହେଉଛି । ଟେଲିଫୋନ୍ ରେ ହୋଇଥିବା ଏହି ବାର୍ତ୍ତାଳାପର ଅଡିଓ କ୍ଲିପ୍ ଏବେ ସୋସିଆଲ୍ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି ।
ଅଡିଓ କ୍ଲିପ୍ ରୁ ଶୁଣିବାକୁ ମିଳୁଛି ଏଚଡିଏଫସି ବ୍ୟାଙ୍କ ପ୍ରତିନିଧି ଫୋନ୍ରେ ଜଣେ ବ୍ୟକ୍ତିଙ୍କୁ କହୁଛି ଆପଣଙ୍କର କୌଣସି ପ୍ରକାର ଲୋନ୍ ର ଆବଶ୍ୟକତା ଅଛି କି? ଆପଣ କାର୍ କିମ୍ବା ଘର କିଣିବା ଲାଗି କୌଣସି ପ୍ରକାର ଋଣ ନେବାକୁ ଚାହୁଁଛନ୍ତି କି ? ଏହା ଶୁଣିବା ମାତ୍ରକେ ଅପରପଟୁ ଉତ୍ତର ଆସୁଛି ହଁ ମୋର ଲୋନ୍ ନବାର ଅଛି । ଏହାପରେ ବ୍ୟାଙ୍କ ପ୍ରତିନିଧି ଉତ୍ସାହିତ ହୋଇପଡି ତାଙ୍କୁ କହୁଛନ୍ତି ଆପଣଙ୍କର କେଉଁ ପ୍ରକାର ଲୋନ୍ ର ଆବଶ୍ୟକତା ରହିଛି । ଏହାପରେ ସେ ଯାହା ଉତ୍ତର ଦେଉଛନ୍ତି ତାହା ଶୁଣି ବ୍ୟାଙ୍କ ପ୍ରତିନିଧିଙ୍କୁ ହୋସ୍ ଉଡିଗଲା ଭଳି ମନେ ହୋଇଛି ।

ଗ୍ରାହକ ଜଣକ କହିଛନ୍ତି ତାଙ୍କର ଟ୍ରେନ କିଣିବା ଲାଗି ୩୦୦ କୋଟି ଟଙ୍କାର ଋଣ ଦରକାର । ଏହାପରେ ବ୍ୟାଙ୍କ ପ୍ରତିନିଧି ଗ୍ରାହକଙ୍କୁ ପଚାରୁଛନ୍ତି ଆପଣ ପୂର୍ବରୁ କେଉଁ ପ୍ରକାର ଲୋନ୍ ନେଇଛନ୍ତି କି? ଏହାର ଉତ୍ତରରେ ସେ ଯାହା କହିଛନ୍ତି ତାହା ଶୁଣିଲେ ଆପଣ ନିଜ ହସକୁ ରୋକିପାରିବେ ନାହିଁ । ଗ୍ରାହକ ଜଣକ କହିଛନ୍ତି ପୂର୍ବରୁ ସେ ହୀରୋ ସାଇକେଲ କିଣିବା ଲାଗି ୧୬୦୦ ଟଙ୍କା ଲୋନ୍ ନେଇଥିଲେ । ଏହାପରେ ଅଚାନକ ଅଡିଓ କ୍ଲିପଟି ସମାପ୍ତ ହୋଇଯାଇଛି ।

Get real time updates directly on you device, subscribe now.