fbpx

ରାସ୍ତା ମରାମତି କରିବା ପାଇଁ ଅଭିନବ ଢ଼ଙ୍ଗରେ ପ୍ରତିବାଦ କଲେ ସମାଜସେବୀ: ଭାଇରାଲ ହେଉଛି ଭିଡିଓ..

ନୂଆଦିଲ୍ଲୀ: ଅନେକ ସମୟରେ ଦାବି ଜଣାଇବାକୁ ଲୋକମାନେ ପ୍ରତିବାଦ କରିଥାନ୍ତି । ଏଥିପାଇଁ ରାଲି ହେଉ କିମ୍ବା ସଭାସମିତିର ଆୟୋଜନ କରାଯାଇଥାଏ । କିନ୍ତୁ ବର୍ତ୍ତମାନ ଏଭଳି ଜଣେ ସମାଜସେବୀଙ୍କର ପ୍ରତିବାଦକୁ ନେଇ ଚର୍ଚ୍ଚା ହେଉଛି । ଯାହାକୁ ଦେଖିଲେ ଆପଣ ବି ବିଶ୍ୱାସ କରିପାରିବେନି । ପ୍ରକୃତରେ ସମାଜସେବୀ ଜଣକ ରାସ୍ତା ମରାମତି ହେଉନଥିବା ଅଭିଯୋଗ କରି ରାସ୍ତାରେ ଗଡ଼ିଥିଲେ ।

ଅଭିନବ ଉପାୟରେ ପ୍ରତିବାଦ କଲେ ସମାଜସେବୀ… ରାସ୍ତାରେ ହୋଇଥିବା ଖାଲକୁ ଠିକ୍ କରିବା ପାଇଁ ନୂଆ ଉପାୟରେ ପ୍ରତିବାଦ କରିଛନ୍ତି ଜଣେ ସମାଜସେବୀ… ଏ ଦୃଶ୍ୟ ଆସିଛି କର୍ଣ୍ଣାଟକ ଉଡୁପି ଜିଲ୍ଲାରୁ । ଯେଉଁଠାରେ ନିତ୍ୟାନନ୍ଦ ଓଲାକାଡୁ ନାମକ ଜଣେ ସମାଜସେବୀ ବୁଧବାର “ଉରୁଲୁ ସିଭ’ ପ୍ରଥାନୁସାରେ ରାସ୍ତା ଉପରେ ଗଡ଼ି ଗଡ଼ି ପ୍ରତିବାଦ କରିଥଲେ, ଏବଂ ଉଡୁପିର ରାସ୍ତାକୁ ଠିକ୍ କରିବା ପାଇଁ ଦାବି କରିଥିଲେ ।

ଉରୁଲୁ ସିଭ ଏକ ଲୋକପ୍ରିୟ ପ୍ରଥା । ଏହାକୁ ମନ୍ଦିର ମାନଙ୍କରେ ପାଳନ କରାଯାଏ । ଏଥିରେ ସମାଜର ମଙ୍ଗଳ କାମନା କରି ଲୋକମାନେ ତଳେ ଗଡ଼ିଥାନ୍ତି । ତେବେ ସମାଜସେବୀ ଜଣକ ଏକ ନଡ଼ିଆ ଭାଙ୍ଗି ଏବଂ ଆରତୀ କରିବା କରିବା  ପରେ ନିଜର ପ୍ରତିବାଦ ଆରମ୍ଭ କରିଥିଲେ ।

ଏନେଇ ସେ ଗଣମାଧ୍ୟମକୁ କହିଛନ୍ତି ଯେ ଉଡୁପି-ମନିପାଲ ନାସନାଲ ହାଇୱେର ପରିସ୍ଥିତି ଖରାପ ହୋଇପଡ଼ିଛି । କେହି ଏନେଇ କିଛି କରୁନାହାଁନ୍ତି । ପ୍ରତିଦିନ ହଜାର ହଜାର ଲୋକ ଏହି ରୋଡର ବ୍ୟବହାର କରୁଛନ୍ତି । ଏମିତିକି ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ରୋଡରେ ଯାଇଛନ୍ତି । କିନ୍ତୁ କେହିବି କିଛି କରୁନାହାଁନ୍ତି ।

Get real time updates directly on you device, subscribe now.