fbpx

ଆଜି ଲୋକାର୍ପିତ ହେବ ସୋହେଲା -ଆମପାଣି ୪ ଥାକିଆ ବିଜୁ ଅର୍ଥନୈତିକ କରିଡର, ୫୦୦କିମି ରାସ୍ତା ପାଇଁ ୬୦୦ କୋଟି ଖର୍ଚ୍ଚ

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ସୋହେଲାରୁ କଳାହାଣ୍ଡି ଜିଲ୍ଲାର ଆମପାଣି ପର୍ଯ୍ୟନ୍ତ ଆଜି ଚାରି ଥାକିଆ ବିଜୁ ଅର୍ଥନୈତିକ କରିଡର ଲୋକାର୍ପିତ ହେବ ବୋଲି ସୂଚନା ମିଳିଛି । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ୫୪୬ କିମି ରାସ୍ତା ପାଇଁ ୬୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାଦ୍ୱାରା ସ୍ଥାନୀୟ ଅଂଚଳର ସ୍ୱସ୍ଥ୍ୟ, ଯୋଗାଯୋଗ, ରୋଜଗାର, ପର୍ଯ୍ୟଟନ, ସହରୀକରଣ, ସର୍ବୋପରି ଶିଳ୍ପାୟନର ଅଭିବୃଦ୍ଧିର ସହାୟତା କରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସୀତ ତ୍ରିପାଠୀ କହିଛନ୍ତି ।

ସୂଚନା ଅନୁଯାୟୀ, ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ବିଜୁ ଅର୍ଥନୈତିକ କରିଡର ଅଞ୍ଚଳରେ ଶିଳ୍ପାନୁଷ୍ଠାନ ମାନଙ୍କୁ ଆକର୍ଷିତ କରିବା ପାଇଁ ସରକାରଙ୍କ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ରେଉଣା, ଝାରସୁଗୁଡ଼ାର ବଡ଼ମାଳ, ପଞ୍ଚପଡା, ସମ୍ବଲପୁର ଜିଲ୍ଲାର କୋମନା, କଳାହାଣ୍ଡିର ଗୋଲାମୁଣ୍ଡା, ନାରିଂ ଏବଂ ନବରଙ୍ଗପୁରୁ ବ୍ରାହ୍ମଣୀ, କୋରାପୁଟର ଉଣ୍ଡି, ଏବଂ ମାଲକାନାଗିରିର ଟିଟିବେ ସମେତ ୧୧ଟି ସ୍ଥାନରେ ଶିଳ୍ପାଂଚଳ ପାଇଁ ଜମି ଅଧିଗ୍ରହଣ ହୋଇଛି ।

ଏହାବ୍ୟତୀତ ବିଜୁଳି ସଂଯୋଗ କାର୍ଯ୍ୟ ମଧ୍ୟ ଚାଲିଛି । ଯେଉଁ ଶିଳ୍ପାଞ୍ଚଳ ଗୁଡ଼ିକ ଏହି ଅଞ୍ଚଳରେ ନିବେଶ କରିବେ, ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ କରିବା ପାଇଁ ଅତିରିକ୍ତ ୩୦ ପ୍ରତିଶତ ରିହାତି ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ଏଥିପାଇଁ ପୂର୍ବଭଳି କିମ୍ବା ଅନ୍ୟ ରାଜ୍ୟଭଳି ପୁଞ୍ଜି ଲଗାଣକୁ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଆବଦ୍ଧ କରାଯାଇନାହିଁ । ଏହି କରିଡରରେ ଯେଉଁ ଅନୁସାରେ ଯିଏ ନିବେଶ କରିପାରିବେ ସେହି ଅନୁଯାୟୀ ସେମାନଙ୍କୁ ଲାଭ ମିଳିବ ।

Get real time updates directly on you device, subscribe now.