fbpx

ବିଶ୍ଵ ଇତିହାସ ପ୍ରସିଦ୍ଧ “ଷୋଳମପୁର ବୌଦ୍ଧବିହାର”: କୀର୍ତ୍ତିରାଜି ସହିତ ଲୁଚି ରହିଛି ଅନେକ ଇତିହାସ

ଦିନ ଥିଲା ଯେଉଁଠି ଦିନେ ରହିଥିଲା ବିଶ୍ଵର ଏକ ପ୍ରସିଦ୍ଧ ବୌଦ୍ଧ ମହାବିହାର । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ପୁଣ୍ୟତୋୟା ବୈତରଣୀ ନଦୀର ଉତ୍ତର ଦିଗରେ ଅବସ୍ଥିତ ପ୍ରାଚୀନ ଭୌମକର ବଂଶର ରାଜଧାନୀ ଷୋଳମପୁର । ଆଉ ସେହି ପ୍ରାଚୀନ ରାଜଧାନୀରେ ରହିଛି ବୌଦ୍ଧ କୀର୍ତ୍ତିରାଜି ବିମଣ୍ଡିତ ବିଶ୍ଵ ପ୍ରସିଦ୍ଧ “ଷୋଳମପୁର ବୌଦ୍ଧବିହାର”। ଯାହାର କୀର୍ତ୍ତିରାଜି ଆଜି ବି ସମଗ୍ର ବିଶ୍ଵରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛି।

ଏହି ଷୋଳମପୁର ମାଟିର ଇତିହାସ ଜାଣିବାକୁ ମିଳେ ୭୯୦ ଖ୍ରୀଷ୍ଟାବ୍ଦରେ ଭୌମକର ସମ୍ରାଟ ଶୁଭକରଦେବ ଏଠାରେ ତାଙ୍କର ରାଜଧାନୀ ପ୍ରତିଷ୍ଠା ପୂର୍ବକ ବୌଦ୍ଧ ଶିଷ୍ୟମାନଙ୍କ ଉଦ୍ଦେଶ୍ୟରେ ଏଠାରେ ଏକ ବିଶାଳ ବୌଦ୍ଧ ମହାବିହାର ନିର୍ମାଣ କରିଥିଲେ । ୧୧୦୦ ଖ୍ରୀଷ୍ଟାବ୍ଦରେ ସୋମବଂଶୀ ରାଜା କର୍ଣ୍ଣକେଶରୀ ତାଙ୍କ ରାଣୀ କର୍ପୂଶ୍ରୀଙ୍କ ପାଇଁ ଷୋଳ ମହଲା ବିଶିଷ୍ଟ ରାଣୀ ହଂସପୁର ମଧ୍ୟ ନିର୍ମାଣ କରିଥିଲେ । ଏଠାରେ ପ୍ରସିଦ୍ଧ ନରପତି ଯଯାତି କେଶରୀ, କପିଳେନ୍ଦ୍ର ଦେବ, ମୁକୁନ୍ଦ ଦେବ ମଧ୍ୟ ଗଡ ନିର୍ମାଣ କରିଥିଲେ ।

ସବୁଠାରୁ ଗୁରୁତ୍ବପୂର୍ଣ କଥା ଯଦି ଆମେ ଏବେ ଏହି ଷୋଳମପୁର ବୌଦ୍ଧ ବିହାରକୁ ଅବଲୋକନ କରିବା ତେବେ ଅଷ୍ଟମ ଓ ନବମ ଶତାବ୍ଦୀର ବହୁ ଦୁର୍ଲଭ ବୌଦ୍ଧ ଦେବା ଦେବୀଙ୍କ ମୂର୍ତ୍ତି ଯେପରିକି ତାରା, ଧ୍ୟାନୀ ବୁଦ୍ଧ, ଜମ୍ବଳ, ଉଗ୍ର ତାରା, ମଞ୍ଜୁଶ୍ର, ଅଷ୍ଟ ମହାଶ୍ଚର୍ୟ୍ୟ ବୁଦ୍ଧ ସହିତ ବୌଦ୍ଧ ସ୍ତୁପ, ବଜ୍ର ବାରାହୀ, ୮ଟି ଅର୍ଘ୍ୟ ସ୍ତୁପ ଏôଂ ପ୍ରାଚୀନ ମାଟିପାତ୍ର, ପୋଡ଼ା ମାଟିର ସିଲ ଭଳି ବହୁ ଦୁର୍ଲଭ ମୂର୍ତ୍ତି ରଘୁନାଥ ମନ୍ଦିର ଓ ସ୍ଥାନୀୟ ମ୍ୟୁଜିୟମ ଘରେ ଦେଖିବାକୁ ମିଳେ । ୨୦୧୨ ମସିହାରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ôଏଂ ତାଙ୍କ ସୁପୁତ୍ର ବ୍ଲକ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ ନିଜସ୍ଵ ହାତ ପାଣ୍ଠିରୁ ଏହାର ଅନେକ ଉନ୍ନତି ଓ ବିକାଶ କାର୍ୟ୍ୟ ହାତକୁ ନେଇ ସଂପାଦନ କରିଥିବା ବେଳେ ଆହୁରି ଅନେକ କାର୍ୟ୍ୟ ବାକି ରହିଯାଇଛି। କିନ୍ତୁ ବିଡ଼ମ୍ବନାର ବିଷୟ ଏହି ପୀଠରୁ ୨ ଥର ମୂର୍ତ୍ତି ଚୋରି ହୋଇଥିଲେ ସୁଦ୍ଧା ଏଯାଏଁ ତାହାର କିଛି ସନ୍ଧାନ ମିଳି ପାରିନାହିଁ ।

ବୌଦ୍ଧ ବିହାର ବିକାଶ ପାଇଁ କାର୍ୟ୍ୟ କରୁଥିବା ଇନଟାକ ସଦସ୍ୟ ବିଶ୍ବମ୍ବର ରାଉତ ଏହାର ବିକାଶ ଓ ଉନ୍ନତି ପାଇଁ ସମସ୍ତ ଚେଷ୍ଟା ଜାରି ରଖିଛନ୍ତି । ଏଥିପାଇଁ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ଜି କିଶନ ରେଡୀଙ୍କୁ ମଧ୍ୟ ପତ୍ର ଲେଖିଥିଲେ । ଯାହା ଫଳରେ ଭାରତୀୟ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଦୁଇଥର ଏହାର ସର୍ବେକ୍ଷଣ କରାଯାଇଛି । ତେବେ ଏହି ପୀଠର ବିକାଶ ଓ ଉନ୍ନତି ସହିତ ଏହାକୁ ଏକ ପର୍ୟ୍ୟଟନ ସ୍ଥଳୀ ଭାବେ ପରିଗଣିତ କରିବାକୁ ବିଭିନ୍ନ ସମୟରେ ଦାବି ହୋଇଛି । ତେବେ ଖୁବଶୀଘ୍ର ଏହାର ବିକାଶ କରିବାକୁ ପ୍ରତିଶ୍ରୁତି ଦେଇଛନି ପ୍ରଶାସନ ।

Get real time updates directly on you device, subscribe now.