fbpx

ଗଙ୍ଗା ନଦୀରେ ଯାତ୍ରା କରୁଥିଲେ ୧୫ ବ୍ୟକ୍ତି: ଅଚାନକ ଓଲଟିଲା ଡଙ୍ଗା, ଅନେକ ନିଖୋଜ

ନୂଆଦିଲ୍ଲୀ: ଆଜିକାଲି ରାସ୍ତାଘାଟରେ ଯାତାୟାତ କରିବା ଯେତିକି ବିପଜ୍ଜନକ ଜଳପଥ ମଧ୍ୟ ସେତିକି ଅସୁରକ୍ଷିତ । ଅନେକ ସମୟରେ ଡଙ୍ଗାରେ ଯାତ୍ରା କରୁଥିବା ସମୟରେ ଡଙ୍ଗା ଓଲଟି ପଡ଼ିବା ଯୋଗୁଁ ଅନେକ ଲୋକଙ୍କ ଜୀବନ ହାନୀ ହୋଇଥାଏ । ତେବେ ଏହା ମଧ୍ୟରେ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି । ୧୫ ଜଣ ଯାତ୍ରୀ ଏକ ଡଙ୍ଗାରେ ଗଙ୍ଗାନଦୀରେ ଯାତ୍ରା କରୁଥିବା ବେଳେ ଅଚାନକ ଡଙ୍ଗା ଓଲଟି ପଡ଼ିବା ଯୋଗୁଁ ଅନେକ ଯାତ୍ରୀ ନିଖୋଜ ରହିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ବିହାରର ରାଜଧାନୀ ପାଟନାରେ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଛି । ୧୫ ଜଣଙ୍କୁ ନେଇ ଯାତ୍ରା କରୁଥିବା ଏକ ଡଙ୍ଗା ଗଙ୍ଗା ନଦୀରେ ବୁଡ଼ି ଯାଇଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୭ ଜଣ ଯାତ୍ରୀଙ୍କ ପତ୍ତା ମିଳିପାରି ନାହିଁ । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚିଥିଲା । ବର୍ତ୍ତମାନ ନିଖୋଜ ଲୋକଙ୍କର ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି ।

ପାଟନାର ମନେର ମହାବୀର ଟୋଲା ଗଙ୍ଗା ନଦୀ ଘାଟରେ ଯାତ୍ରୀବାହୀ ଡଙ୍ଗା ବୁଡ଼ି ଯାଇଥିଲା । କୌଣସି କାରଣରୁ ଅଚାନକ ଡଙ୍ଗାଟି ବୁଡ଼ିଯିବା ଫଳରେ ହଡ଼କମ୍ପ ମଚି ଯାଇଥିଲା । ଡଙ୍ଗାରେ ଯାତ୍ରା କରୁଥିବା କିଛି ଲୋକ ଗଙ୍ଗା ନଦୀରେ ବୁଡ଼ି ଯାଇଥିଲେ । କିଛି ଲୋକ ଯେନତେନ ପ୍ରକାରେ ସଂଘର୍ଷ କରି ନିଜକୁ ସୁରକ୍ଷିତ ରଖିଥିବା ବେଳେ ଆଉ କିଛି ନିଖୋଜ ରହିଥିଲେ । ନିଖୋଜ ଯାତ୍ରୀଙ୍କ ବିଷୟରେ ସନ୍ଧାନ ମିଳିବା ପରେ ପୋଲିସକୁ ସୂଚନା ଦେବାକୁ କୁହାଯାଇଛି । ନିଖୋଜ ଯାତ୍ରୀଙ୍କ ତଲାସୀ କାର୍ଯ୍ୟରେ ଏନଡିଆରଫ ଟିମ୍ ନିୟୋଜିତ ରହିଛନ୍ତି ।

Get real time updates directly on you device, subscribe now.