fbpx

ବାଲେଶ୍ୱର: ବାପା-ମାଆଙ୍କୁ ମାରି ପୋତିଦେଲା ପୁଅ; ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବାହାର କରୁଛି ପୋଲିସ

Advertisement

ବାଲେଶ୍ୱର: (ଓଡ଼ିଶା ଭାସ୍କର) ସିମୁଳିଆ ଥାନା ଗରସଙ୍ଗ ଗାଁରେ ହୃଦୟ ବିଦାରକ ଦୃଶ୍ୟ । ପୁଅ ଘଟାିଲା ନୃଶଂସ କାଣ୍ଡ । ବାପା-ମାଆଙ୍କୁ ମାରି ପୋତିଦେଇଛି ପୁଅ । ବାରି ପଛପଟୁ ଦୁର୍ଗନ୍ଧ ବାହାରିବାରୁ ବଢ଼ିଲା ସନ୍ଦେହ । ଭାଇକୁ ଦୁଇ ଭଉଣୀ ସନ୍ଦେହ କରିବାରୁ ମାଟି ଖୋଳା ଆରମ୍ଭ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବାହାର କରୁଛି ପୋଲିସ ।

ବର୍ତ୍ତମାନ ସୁଦ୍ଧା ଜଣଙ୍କର ଶବ ବାହାରିଥିବା ସୂଚନା ମିଳିଛି । ଆଉ ଗୋଟିଏ ଶବ ପାଇବା ପାଇଁ ମାଟି ଖୋଳା ଜାରି ରହିଛି । ସେପଟେ ଘଟଣାସ୍ଥଳରୁ ଅଭିଯୁକ୍ତ ପୁଅ ଫେରାର ରହିଛି । ନୃଶଂସ ପୁଅକୁ ଧରିବାକୁ ପୋଲିସର ଉଦ୍ୟମ ।

Get real time updates directly on you device, subscribe now.