fbpx

ବାପା ଫଳ ଓ ପରିବା ବିକି ପରିବାର ଚଳାଉଥିଲେ, ପୁଅ ସଂଘର୍ଷ କରି ଆଇପିଏଲରେ ଦେଖାଇଲା ବୋଲିଂର ଯାଦୁ

Advertisement

ନୂଆଦିଲ୍ଲୀ: କୁହାଯାଏ ପାଖରେ ପ୍ରତିଭା ଥିଲେ ଅର୍ଥ ବାଧକ ସାଜିବ ନାହିଁ । ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଦାରିଦ୍ର୍ୟର କଷାଘାତରେ ସଂଘର୍ଷ କରି ନିଜକୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛନ୍ତି । ସେପରି ଏକ ବିରଳ ଉଦାହରଣ ହେଉଛନ୍ତି ଆଇପିଏଲର ସନରାଇଜର୍ସ ହାଇଦ୍ରାବାଦ ଟିମ୍ ପକ୍ଷରୁ ଖେଳୁଥିବା ଉମରାନ ମଲିକ । ଉମ୍ରାନ ଚଳିତ ଆଇପିଏଲ ସିଜିରେ ନିଜର ଶାନଦାର ପ୍ରଦର୍ଶନ ବଳରେ କ୍ରୀଡ଼ାପ୍ରେମୀଙ୍କ ମନ ଜିଣି ନେଇଛନ୍ତି । ତେଣୁ ଏସିଆ କପ୍ ଓ ଟି-୨୦ ବିଶ୍ୱକପରେ ସେ ସ୍ଥାନ ପାଇପାରନ୍ତି ବୋଲି ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

୨୨ ବର୍ଷୀୟ ଉମରାନଙ୍କର ଆଇପିଏଲ ଯାତ୍ରା ଏତେ ସହଜ ନଥିଲା । ୧୭ ବର୍ଷ ବୟସ ପର୍ଯ୍ୟନ୍ତ ସେ ତାଙ୍କର କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ କୌଣସି ସ୍ୱତନ୍ତ୍ର କୋଚିଂ ନେଇ ନଥିଲେ । ଗତ ୨୦୧୭ରେ ଜମ୍ମୁ କଶ୍ମୀରର ମୌଲାନା ଅବ୍ଦୁଲ କଲାମ ଷ୍ଟାଡିୟମରେ ଉମରାନଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଜଣାଶୁଣା କୋଚ ରଣଧୀର ମନହାସଙ୍କ ସହ ଉମରାନଙ୍କର ସାକ୍ଷାତ ହୋଇଥିଲା । ସେଠାରେ ଉମରାନଙ୍କର ପ୍ରତିଭା ଦେଖି ରଣଧୀର ବିଶେଷ ଭାବେ ପ୍ରଭାବିତ ହୋଇଥିଲେ ।

ପରବର୍ତ୍ତୀ ସମୟରେ ଉମରାନ ଆଉ ପଛକୁ ଫେରି ଚାହିଁ ନଥିଲେ ଓ କୁଚ ବିହାରୀ ଟ୍ରଫି ପାଇଁ ସିଲେକ୍ଟ ହୋଇଥିଲେ । ଫଳ ଓ ସବଜି ବିକ୍ରି କରୁଥିବା ଉମରାନଙ୍କ ପିତା ଅବଦୁଲ ପୁଅର କ୍ରିକେଟ ନିଶାକୁ ନେଇ ବହୁତ ବିଶ୍ୱାସୀ ଥିଲେ । ଉମରାନ ଦିନେ ନା ଦିନେ ତାଙ୍କର ଛାତିକୁ ଉଚ୍ଚା କରିବେ ତାହା ସେ ହୃଦୟଙ୍ଗମ କରିପାରିଥିଲେ । ଅବଦୁଲ ତାଙ୍କ ପୁଅର ବୋଲିଂ ଭିଡିଓ ଭିଭିଏସ ଲକ୍ଷ୍ମୀଣ ଓ ଟମ୍ ମୁଡିଙ୍କ ପାଖକୁ ପଠାଇଥିଲେ । ଏହାପରେ ହାଇଦ୍ରାବାଦ ଟିମ୍ ପାଇଁ ଖେଳିବା ଉମରାନଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ପାଲଟି ଯାଇଥିଲା ।

Get real time updates directly on you device, subscribe now.