ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ ଟାଉନ ଥାନା ଆକ୍ସିସ ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କା ଲୁଟ୍ ମାମଲାରେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ତଥ୍ୟ । ବାପାଙ୍କ ବନ୍ଧୁକ ନେଇ ପୁଅ ପୋଲିସକୁ ଗୁଳି କରିଥିବା ଜଣାପଡିଛି । ଲୁଟ୍ କରିଥିବା ଯୁବକଙ୍କ ବାପା ଜଣେ ପୋଲିସ ଅଧିକାରୀ ବୋଲି ଜଣାପଡିଛି । ସଦର ଥାନାରେ ଅଭିଯୁକ୍ତର ବାପା ଏଏସଆଇ ଥିବା ସୂଚନା ମିଳିଛି । ନିଜ ବାପାଙ୍କ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଟଙ୍କା ଲୁଟିଥିଲା ଅଭିଯୁକ୍ତ ।
ତେବେ ଚମ୍ପଟ ପରେ ଶଙ୍କରା ନିକଟରୁ ଦୁର୍ବୃତ୍ତକୁ ଧରିଥିଲା ପୋଲିସ । ଲୁଟ କରି ଚମ୍ପଟ ବେଳେ ପୋଲିସ ଓ ଅଭିଯୁକ୍ତ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷରୁ ଗୁଳି ବିନିମୟ ପରେ ଲୁଟେରାକୁ କାବୁ କରିଥିଲା ପୋଲିସ । କାବୁ ସମୟରେ ପୋଲିସ ଉପରକୁ ଲୁଟେରା ଗୁଳି ଚଳାଇଥିଲା । ପୋଲିସର ପଲଟା ଗୁଳିମାଡରେ ଆହତ ହୋଇଥିବା ଅଭିଯୁକ୍ତ । ପୋଲିସ ଗୁଳିରେ ଆହତ ପରେ ଲୁଟେରାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲୁଟେରା ନିକଟରୁ ଟଙ୍କା ସହ ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି ।